Home >
ଉଗ୍ର ରୂପ ନେଉଛି ମମିତା ଝଡ଼, ସୋମବାର ବିଧାନସଭାରେ ହେବ ସୁପର ସାଇକ୍ଲୋନ୍‌
Khabar Odisha:Mamita-Meher-Case-in-Odisha-Assembly

ଭୁବନେଶ୍ୱର, ଡିସେମ୍ବର ୪(ଖବର ଓଡ଼ିଶା): ଡିସେମ୍ବର ୧ ରୁ ଆରମ୍ଭ ହୋଇଛି ବିଧାନସଭା ଶୀତ ଅଧିବେଶନ । ଦୀର୍ଘ ୩ ଦିନ ଧରି ଗୃହ ଅଚଳାବସ୍ତା ଜାରି ରହିବା ପରେ ଆଜି ୪ର୍ଥ ଦିନରେ ବି ଗୃହରେ ମମିତା ଝଡ଼ ଦେଖିବାକୁ ମିଳିଛି ଆଉ ଆଜି ବି ଗୃହ ଅଚଳ ରହିଛି ।

ଏପର୍ଯ୍ୟନ୍ତ ବିରୋଧୀ ନିଜ ଜିଦ୍‌ରେ ଅଡି ବସିଛନ୍ତି ଆଉ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପେଟେନ୍ ଦିବ୍ୟଶଙ୍କରଙ୍କ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ଏହି ବିକ୍ଷୋଭ ଏହିଭଳି ଜାରି ରହିବ ବୋଲି ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ତେବେ ଗୃହରେ ମମିତା ଗଡ ଦିନକୁ ଦିନ ଆହୁରି ଉଗ୍ର ରୂପ ନେବାରେ ଲାଗିଛି । ଆଜି ମଧ୍ୟ ଗୃହରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବର୍ତ୍ତମାନ କେବଳ ମମିତା ଝଡ ଦେଖିବାକୁ ମିଳିଛି ମାତ୍ର ସୋମବାର ଦିନ ବିଧାନସଭାରେ ମମିତା ପ୍ରସଙ୍ଗରେ ସୁପର ସାଇକ୍ଲୋନ୍ ହେବ ଏବଂ ରାଜ୍ୟ ସରକାର କ୍ୟାପଟେନ୍‌ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ।

ଆସନ୍ତା ସୋମବାର ଠାରୁ ପ୍ରତିଦିନ ଭିନ୍ନ ଭିନ୍ନ ଢଙ୍ଗରେ ବିଧାନସଭାରେ ପ୍ରତିବାଦ କରାଯିବ ବୋଲି ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

  • Tags:

Subscribe

National International State Sports Entertainment