ମା' ଦୁର୍ଗତିନାଶିନୀ ଦୁର୍ଗାଙ୍କ ଧରାବତରଣ ପାଇଁ ଚଳଚଞ୍ଚଳ ପୂଜା ମଣ୍ଡପ, ମନ୍ଦିର ଓ ଗାଁଠୁ ସହର । ସବୁଠି ମା'ଙ୍କ ଆଗମନ ପାଇଁ ଖୁସି ଓ ଆନନ୍ଦର ମାହୋଲ । ଆଜି ମଣ୍ଡପରେ ମା' ଦୁର୍ଗାଙ୍କର ମହାଷଷ୍ଠୀ ପୂଜା । ଆଜି ମା' ଦୁର୍ଗାଙ୍କୁ ବିଲ୍ୱବରଣ କରାଯାଇ ପୂଜା ମଣ୍ଡପକୁ ଆବାହନ କରାଯିବ । ସେଥିପାଇଁ ସବୁ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରସୋର ଚାଲିଛି । ଏଥିପାଇଁ ଗାଁ ଓ ସହରର ସବୁ ଗଳିକନ୍ଦିକୁ ଆଲୋକମାଳାରେ ସଜାଯାଇଛି । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ସୁନା, ଚାନ୍ଦି ମେଢରେ ମା' ଦୁର୍ଗାଙ୍କ ମୂର୍ତ୍ତି ସଜ୍ଜିତ କରାଯାଇଛି । ମା'ଙ୍କ ଆଗମନକୁ ସବୁଠି ପାଳନ କରାଯାଉଛି । ନବଦୁର୍ଗାଙ୍କ ବିଭିନ୍ନ ରୂପରେ ମା' ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ଏବେ ମଣ୍ଡପରେ ମା' ମହିଷାମର୍ଦିନୀ ଦୁର୍ଗାଙ୍କ ରୂପରେ ଦର୍ଶନ ଦେବେ ।