Home >
କରୋନାର ଦ୍ୱିତୀୟ ଡ଼ୋଜ୍ ନେଲା ପରେ ଶରୀରରେ ଦେଖାଯାଉଛି ଚୁମ୍ଭକୀୟ ଶକ୍ତି,ଡ଼ାକ୍ତର ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ
Khabar Odisha:Magnetic-force-is-seen-in-the-body-after-taking-the-second-dose-of-the-corona-and-the-doctor-is-also-surprised
ମହାରାଷ୍ଟ୍ର,ଜୁନ 11 (ଖବର ଓଡ଼ିଶା):

ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ଏକ ଅଭୁତପୁର୍ଣ୍ଣ ଘଟଣା ଘଟିଛି । ସେହି ଅଚଂଳର ଜଣେ ବୃଦ୍ଧ ଦାବି କରିଛନ୍ତି ଯେ ସେ କରୋନାର ଦ୍ୱିତୀୟ ଡ଼ୋଜ୍ ନେଲା ପରେ ତାଙ୍କ ଶରୀରରେ ଏକ ଚୁମ୍ଭକୀୟ ଶକ୍ତି ଆସିଯାଇଛି । ଏହି କାରଣରୁ ତାଙ୍କ ଶରୀରରେ ଷ୍ଟିଲର ବାସନକୁସନ ଅତି ସହଜରେ ଲାଗି ରହିଯାଉଛି । ଯେପରି କୌଣସି ଚୁମ୍ବକ ସହ ଲୁହା ଲାଗିଯାଏ ।

ତେବେ ବୃଦ୍ଧ ଜଣକ ତାଙ୍କ କଥାକୁ ପ୍ରମାଣିତ କରିବା ପାଇଁ ଏକ ଭିଡ଼ିଓ ମଧ୍ୟ କରିଛନ୍ତି ଯେଉଁଥିରେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ବାସନ ସବୁ ସହଜରେ ତାଙ୍କ ଶରୀରରେ ଲାଗିଯାଉଛି । ତେବେ ଏହି ବୃଦ୍ଧଙ୍କ ନାମ ହେଉଛି ଅରବିନ୍ଦ ଜଗନ୍ନାଥ ସୋନାରେ । ସେ ଶିବାଜିଚୌକରେ ରୁହନ୍ତି ।

ସେ ଗତକିଛି ଦିନ ତଲେ କରୋନାର ଦୁଇଟି ଡ଼ୋଜ୍ ନେଇଥିଲେ ଯାହାଫଳରେ ତାଙ୍କ ଶରୀରରେ ଏପରି ଶକ୍ତି ଦେଖାଯାଇଥିଲା । ଯେବେ ଏହି ଘଟଣାକୁ ତାଙ୍କ ପରିବାର ଲୋକ ଦେଖିଲା ପରେ ଭାବିଲେ କି ଅତ୍ୟନ୍ତ ଝାଳ ଯୋଗୁଁ ଏପରି ଘଟୁଛି ହେଲେ ଏହା ପରେ ସେ ଗାଧୋଇ ଆସିବା ପରେ ମଧ୍ୟ ତାଙ୍କ ଶରୀରରେ ଏପରି ଶକ୍ତି ଦେଖାଦେଇଥିଲା । ତେବେ ଏପରି ଘଟଣା ନାଶିକ ସହରର ଡ଼ାକ୍ତରଙ୍କ ପାଇଁ ବି ଏକ ଆଶ୍ଚର୍ଯ୍ୟକର ଘଟଣା ଅଟେ ।

କାରଣ ଏହା ଆଗରୁ ଏପରି ଘଟଣା କେବେ ଘଟି ନଥିଲା ତେଣୁ ସେଠାକାର ଏକ ଡ଼ାକ୍ତର କହିଛନ୍ତି ଏହି ଘଟଣା ଉପରେ ଅଧିକ ତର୍ଜମା ନକରି ତଥ୍ୟ ଦେବା ଠିକ୍ ହେବ ନାହିଁ । ତେଣୁ ଏହି ଘଟଣାକୁ ମହାରାଷ୍ଟ୍ର ସରକାରଙ୍କ ପାଖକୁ ପଠାଯାଇଛି ପରେ ସେଠାରୁ ଯେଉଁ ନିର୍ଦ୍ଦେଶ ଆସିବ ସେହି ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ ।

ଅରବିନ୍ଦଙ୍କ ପୁଅ କହିଛନ୍ତି କି ଯେ ସେ ୟୁଟୁବ୍ ରେ ଏକ ଭିଡ଼ିଓ ଦେଖିଥିଲେ ଯେଉଁଥିରେ ଜଣେ ଯୁବକ ମଧ୍ୟ କହିଥିଲେ କି କରୋନାର ଦ୍ୱିତୀୟ ଡ଼ୋଜ୍ ନେଲା ପରେ ଶରୀରରେ ଚୁମ୍ଭକୀୟ ଶକ୍ତି ଆସିଯାଉଛି । ତେଣୁ ସେ ମଧ୍ୟ ତାଙ୍କ ବାପାଙ୍କ ଉପରେ ପରୀକ୍ଷା କରିଥିଲେ ଯାହାପରେ ସତ ଏହା ହୋଇଥିଲା ।

ସୁଚନା ଅନୁସାରେ ଏପରି ଘଟଣା ପରେ ପୁରା ପରିବାର ଏବେ ଚିନ୍ତାରେ କିପରି ଭାବେ ଏତେ ମାତ୍ରାରେ ଚୁମ୍ଭକୀୟ ଶକ୍ତି ଆସିଲା । ଡ଼ାକ୍ତରଙ୍କ ପାଖରେ ମଧ୍ୟ ଏ ପ୍ରଶ୍ନର ଉତ୍ତର ନାହିଁ । ମହାରାଷ୍ଟ୍ରରେ ମୁଳରୁ ହିଁ କରୋନା ଟିକାକୁ ନେଇ ଅନେକ ଭ୍ରମ ରହିଛି । ଅନେକ ଗାଁରେ କରୋନା ଟିକା ନେବାର ଖବର ଶୁଣିଲା ପରେ ଲୋକମାନେ ଡ଼ରରେ ଘରୁ ମଧ୍ୟ ବାହାରୁ ନାହାନ୍ତି ।

  • Tags:

Subscribe

National International State Sports Entertainment