Home >
ନିତିଦିନିଆ ଖାଦ୍ୟରେ ସାମିଲ କରନ୍ତୁ ଚିନାବାଦାମ, ଓଜନ କମିବା ସହ ଡାଇବେଟିସ ହେବ ନିୟନ୍ତ୍ରଣ
Khabar Odisha:Lifestyle-Odisha-amezing-health-Benefits-of-Peanuts
ଭୁବନେଶ୍ୱର, ଡିସେମ୍ବର ୧୦ (ଖବର ଓଡ଼ିଶା):

ଶୀତଦିନ ଆରମ୍ଭ ହୋଇ ସାରିଛି । ଶୀତଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ଶକ୍ତି ମିଳିବା ସହ ଭିତରୁ ନିଜକୁ ଗରମ ଲାଗେ । ଚିନାବାଦାମକୁ ନିଜ ଡାଏଟରେ ସାମିଲ କରନ୍ତୁ । ଚିନାବାଦାମରେ ଥିବା ପ୍ରୋଟିନ, ଓମେଗା-୩, ଓମେଗା-୬ ଓ ଭିଟାମିନ ଇ ଶରୀରକୁ ସୁସ୍ଥ ରଖିବା ସହ ଅନେକ ଲାଭଦାୟକ ହୋଇଥାଏ । 

ଚିନାବାଦାମରେ ପ୍ରୋଟିନ ପରିମାଣ ଭରପୁର ରହିଥାଏ । ୧୦୦ ଗ୍ର।।ମ ଚିନାବାଦାମରେ ପ୍ରାୟ ୨୬ଗ୍ରାମ ପ୍ରୋଟିନ ରହିଥାଏ । ଯାହା ଆମ ଶରୀର ବୃଦ୍ଧି ପାଇଁ ଅତ୍ୟନ୍ତ ଜରୁରୀ । ଆପଣ ଯଦିଓ କ୍ଷୀର ପିଇବାକୁ ପସନ୍ଦ କରୁନାହାଁନ୍ତି ତେବେ ଏହାର ବିକଳ୍ପଭାବେ ଚିନାବାଦାମ ମଧ୍ୟ ଖାଇପାରିବେ ।

ଚିନାବାଦାମ ଶରୀର ପାଇଁ ବହୁତ ଉପକାରୀ । ଏହାର ଖାଇବା ଦ୍ୱାରା ଶରୀରରୁ ଅନାବଶକୀୟ ଚର୍ବି କମ ହୋଇଥାଏ । ଚିନାବାଦାମରେ ଥିବା ପ୍ରୋଟିନ ଓ ଫାଇବର ଶରୀରରୁ ଓଜନ କମ କରିବାରେ ସାହାଯଁ କରିଥାଏ । ଏହା ସହ ଚିନାବାଦାମ ଖାଇବା ଦ୍ୱାରା ଡାଇବେଟିସ ରୋଗୀ ବ୍ଲଡ଼ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ ।

  • Tags:

Subscribe

National International State Sports Entertainment