Home >
ଯଦୁପୁର ନାବାଳିକା ନିଖୋଜ ଓ ହତ୍ୟା ମାମଲା ବାଟବଣା, ପ୍ରମାଣ ନଷ୍ଟ ପାଇଁ 4 ସପ୍ତାହ ସମୟ ମାଗିଛନ୍ତି ସରକାର: ଲେଖାଶ୍ରୀ
Khabar Odisha:Lekhashree-targets-Odisha-Govt-for-Pari-Death-case
ଭୁବନେଶ୍ୱର, ଫେବୃଆରୀ 23(ଖବର ଓଡିଶା) :

ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ନାବାଳିକା ନିଖୋଜ ଓ ହତ୍ୟା ମାମଲା ବାଟବଣା ପାଇଁ ପ୍ରୟାସ ହେଉଛି ।  ଘଟଣାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଛି । କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏହା ପ୍ରମାଣ ନଷ୍ଟ କରିବା ପାଇଁ ଏହି ସମୟ ଦେବା ଏକ ଚାଲ୍ ବୋଲି ବର୍ଷିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର  ।

ସୁପ୍ରିମକୋର୍ଟରେ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବୀ କରିଛନ୍ତି ଯଦୁପୁର ନିଖୋଜ ନାବାଳିକା ପରୀର ମା ସୌଦାମିନି ସାହୁ । ସୌଦାମିନିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନରେ କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ରାଜ୍ୟକୁ 4 ସପ୍ତାହ ସମୟ ଦିଆଯାଇଛି । ଗତକାଲି ସୁପ୍ରିମକୋର୍ଟ ରେଜିଷ୍ଟାର ରାଜେଶ କୁମାର ଗୋଏଲଙ୍କ ଖଣ୍ଡପୀଠ ମମାଲର ଶୁଣାଣୀ ହୋଇଛି  । ଏପ୍ରିଲ 5ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।

ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି, ଗତବର୍ଷ ଜୁଲାଇ ମାସରେ ନୟାଗଡ଼ ଜିଲ୍ଲାର ଯଦୁପୁର ଶିଶୁ ପରୀକୁ ଅପହରଣ, ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଜାନୁଆରୀ 14ରେ ପରୀର ମା ସୌଦାମିନି ସାହୁ ସୁପ୍ରିମକୋର୍ଟରେ କେସ ଦଖଲ କରିଥିଲେ । ଗତକାଲି ଶୁଣାଣୀ ତାରିଖ ଧାର୍ଯ୍ୟ କରିଥିଲେ । ହେଲେ ରାଜ୍ୟ ସରକାର କୌଣସି ଉତ୍ତର ରଖି ପାରିନାହାନ୍ତି । ରାଜ୍ୟ ସରକାର ଓଡିଶାରେ ରଥଯାତ୍ରା ନ ହେଉ ବୋଲି ଯେଉଁ ଓକିଲ ଇସି ଅଗ୍ରୱାଲକୁ ଦେଇଥିଲେ । ସେହି ଓକିଲଙ୍କୁ ପରୀ ମାମଲାରେ ରାଜ୍ୟ ସରକାର ତାଙ୍କ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ନିଯୁକ୍ତ ଦେଇଛନ୍ତି । ଭାରତରେ ସର୍ବାଧିକ ଫି ହେଉଛି ଇସି ଅଗ୍ରୱାଲଙ୍କର । ରାଜ୍ୟ ସରକାର ସମସ୍ତ ତଥ୍ୟ ପ୍ରମାଣ ସୁପ୍ରିମକୋର୍ଟରେ ଦେବାକୁ କଣ ପାଇଁ ଡରୁଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ହେଉଛି  । ପରୀ ମାର ବୟାନ ଯେ, ବବୁଲି ନାଏକ ଓ ବିଜେଡ଼ିର ଖାସ ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା ହେଉଛି । ସବୁ ତଥ୍ୟ ପ୍ରମାଣ ଥିଲେ ମଧ୍ୟ କାହିଁକି ଇସି ଅଗ୍ରୱାଲଙ୍କୁ ନିଯୁକ୍ତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।

ଚାର୍ଜସିଟ ଦାଖଲ କରାଯିବା ସତ୍ୱେ କାହିଁକି ଆହୁରି 4 ସପ୍ତାହ ମାଗିଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ତେଣୁ ଯାହା ଵି କିଛି ପ୍ରମାଣ ରହିଛି ସେଗୁଡିକୁ ନଷ୍ଟ କରିବା ପାଇଁ ସମୟ ମାଗିଛନ୍ତି ରାଜ୍ୟ ସରକାର । 5 ବର୍ଷର ଛୋଟ ଛୁଆକୁ ନ୍ୟାୟ ନଦେବା ପାଇଁ ରାଜ୍ୟ ସରକାର କେଉଁ ସ୍ତରକୁ ଯାଉଛନ୍ତି ତାହା ଓଡିଶାବାସୀ ଦେଖୁଛନ୍ତି । ତେଣୁ ଯଦି ସିବିଆଇକୁ କେସ ଦିଆଯାଏ ତାହେଲେ କେଵଳ ଯେ ପରୀ ନୁହେଁ ଆହୁରି 5 ହଜାର 5 ଶହ ଶିଶୁଙ୍କ ନିଖୋଜ ଘାଟଣା ଉନ୍ମୋଚନ ହୋଇପାରିବ ।

 

 

  • Tags:

Subscribe

National International State Sports Entertainment