ଆଜି ଉତ୍ତରପ୍ରଦେଶର ସମ୍ଭାଳସ୍ଥିତ କଳ୍କୀ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଭବିଷ୍ୟତରେ ଏହି ଠାରେ ପ୍ରଭୁଙ୍କ କଳ୍କୀ ଅବତାରର ଏକ ମନ୍ଦିର ସ୍ଥାପନ କରାଯିବ । କଳ୍କୀ ମନ୍ଦିର ନିର୍ମାଣ ଟ୍ରଷ୍ଟର ଚେୟାରମ୍ୟାନ୍ କଳ୍କୀ ମନ୍ଦିରର ଶିଳାନ୍ୟାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଥିଲେ । ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ କରି ସାରିବା ପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ କରିଥିଲେ ।
କୁହାଯାଏ , କଳ୍କୀ ଅବତାର ହେଉଛି ପ୍ରଭୁ ବିଷ୍ଣୁଙ୍କର ଦଶମ ଅବତାର । ଯେତେବେଳେ ସାରା ସଂସାରରେ ପାପର ଭାର ବଢ଼ିଯିବ ସେତେବେଳେ ପ୍ରଭୁ ବିଷ୍ଣୁ କଳ୍କୀ ଅବତାର ଧାରଣ କରିବେ । ପ୍ରଥମ ଥର ପାଇଁ ସାରା ଭାରତ ବର୍ଷରେ ଏକ ମାତ୍ର କଳ୍କୀ ମନ୍ଦିର ସ୍ଥାପନ କରାଯିବ । ଭକ୍ତମାନେ ପ୍ରଭୁ ବିଷ୍ଣୁଙ୍କ ଦଶମ ଅବତାରର ମଧ୍ୟ ଦର୍ଶନ ପାଇବେ । ପ୍ରଭୁ ରାମଙ୍କ ମନ୍ଦିର ଅଯୋଧ୍ୟା ଭୂମିରେ ସ୍ଥାପନ ପରେ ସାରା ଦେଶ ରାମମୟ ହୋଇଯାଇଛି । ପ୍ରଭୁ ରାମଙ୍କ ମନ୍ଦିର ସ୍ଥାପନ ପରେ କଳ୍କୀ ମନ୍ଦିରର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି ।
ଆଗକୁ ପଢ଼ନ୍ତୁ : ଜୈନ ମୁନି ବିଦ୍ୟାସାଗରଜୀ ମହାରାଜଙ୍କୁ ମନେ ପକାଇଲେ ମୋଦି