Home >
ଜୁନ 3,1947 ଆଜିର ଦିନରେ ଅଖଣ୍ଡ ଭାରତକୁ ଦୁଇ ଖଣ୍ଡରେ ବିଭକ୍ତ କରିଦେଇଥିଲା ଲର୍ଡ ମାଉଣ୍ଟବ୍ୟାଟେନଙ୍କ ଯୋଜନା
Khabar Odisha:June-31947-Lord-Mountbattens-plan-divides-the-whole-of-India-into-two-parts-today
ନୂଆଦିଲ୍ଲୀ, ଜୁନ ୦୩ (ଖବର ଓଡ଼ିଶା):

ପ୍ରାୟ 300 ବର୍ଷ ଧରି ବ୍ରିଟିଶମାନଙ୍କର ଦାସତ୍ୱ ପରେ, 15 ଅଗଷ୍ଟ 1947 ରେ, ଭାରତ ସ୍ୱାଧୀନ ହେବା ନେଇ ଦିନ ସ୍ଥିର ହୋଇଥିଲା, କିନ୍ତୁ ନିଜର ଏକ ଅଂଶ ହରାଇବା ସର୍ତ୍ତରେ | ଭାରତକୁ ଦୁଇ ଭାଗରେ ବିଭକ୍ତ କରିବାର ଯେଉଁ ଯୋଜନା ବ୍ରିଟିଶ ମାନେ କରିଥିଲେ ସେହି ଯୋଜନାର ନାମ ମାଉଣ୍ଟବ୍ୟାଟେନ୍ ଯୋଜନା ରଖିଥିଲା, ଯାହା ଭାରତର ଶେଷ ଭାଇସରାୟ ଲର୍ଡ ଲୁଇସ୍ ମାଉଣ୍ଟବ୍ୟାଟେନ୍ ଙ୍କ ଦ୍ୱାରା 3 ଜୁନ୍ 1947 ରେ ସ୍ୱାକ୍ଷାରିତ କରାଯାଇଥିଲା । ଭାରତର ଏହି ବିଭାଜନକୁ 'ଥ୍ରୀ ଜୁନ୍ ପ୍ଲାନ୍' ବା 'ମାଉଣ୍ଟବ୍ୟାଟେନ୍ ପ୍ଲାନ୍' ମଧ୍ୟ କୁହାଯାଏ |

ସେହି ସମୟରେ ଦେଶରେ ପ୍ରବଳ ଦଙ୍ଗା ଚାଲିଥିଲା ​​ଏବଂ କେନ୍ଦ୍ରରେ ଥିବା କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇନଥିଲେ କାରଣ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କ୍ଷମତା ପ୍ରଦେଶରେ ଥିବା ସରକାର ମାନଙ୍କ ହାତରେ ରହିଥିଲା । ତେଣୁ, ରାଜନୈତିକ ଏବଂ ସାମ୍ପ୍ରଦାୟିକ ଅବରୋଧକୁ ଶେଷ କରିବା ପାଇଁ '3 ଜୁନ୍ ଯୋଜନା' ଆସିଥିଲା ​​ଯେଉଁଥିରେ ଭାରତ ବିଭାଜନ ଏବଂ ଭାରତ-ପାକିସ୍ଥାନକୁ କ୍ଷମତା ହସ୍ତାନ୍ତର ବିଷୟରେ ସବିଶେଷ ତଥ୍ୟ ରହିଥିଲା ।

'ମାଉଣ୍ଟବ୍ୟାଟେନ୍ ଯୋଜନା' ଣ ଥିଲା?

ଫେବୃଆରୀ 1947 ରେ ବ୍ରିଟିଶ ସରକାର ଭାରତକୁ ମୁକ୍ତ କରିବାକୁ ଘୋଷଣା କରିଥିଲେ। ଭାରତର ତତ୍କାଳୀନ ଭାଇସରାୟ ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଭାରତର ସ୍ୱାଧୀନତା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଥିଲା । ଜୁନ୍ 3, 1947 ରେ, ମାଉଣ୍ଟବ୍ୟାଟେନ୍, କଂଗ୍ରେସ ଏବଂ ମୁସଲିମ୍ ଲିଗ୍ ନେତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ପରେ ଭାରତକୁ ଦୁଇ ଦେଶରେ ବିଭକ୍ତ କରିବାର ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନା ଆଧାରରେ ଭାରତ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ପାଇଲା, କିନ୍ତୁ ଭାରତର ଏକ ବଡ଼ ଅଂଶ ମଧ୍ୟ ପାକିସ୍ତାନ ଭାବରେ ଅଲଗା ହୋଇଗଲା।

ତେବେ ଆସନ୍ତୁ ନଜର ପକାଇବା ମାଉଣ୍ଟବ୍ୟାଟେନ୍ ଯୋଜନାର କିଛି ସ୍ୱତନ୍ତ୍ର ବିନ୍ଦୁ ଉପରେ -

 

ଦୁଇ ଦେଶ ଗଠନ ପାଇଁ ଭାରତକୁ ଦୁଇ ଭାଗରେ ବିଭକ୍ତ କରାଯିବ। ଗୋଟିଏ ଭାରତ ଏବଂ ଅନ୍ୟଟି ପାକିସ୍ତାନ

 

ଦୁଇ ଦେଶର ପୃଥକ ସମ୍ବିଧାନ ରହିବ ଏବଂ ପୃଥକ ସମ୍ୱିଧାନ ସଭା ଗଠନ ହେବ।

 

ଭାରତରେ 500 ରୁ ଅଧିକ ଦେଶୀୟ ରାଜ୍ୟମାନଙ୍କୁ ନିଜ ଇଚ୍ଛା ଅନୁଯାୟୀ ଛାଡି ଦିଆଯାଇଥିଲା । ସେମାନଙ୍କୁ ସ୍ୱତନ୍ତ୍ରତା ଦିଆଯାଇଥିଲା ସେମାନେ ଚାହିଁଲେ ଭାରତ କିମ୍ୱା ପାକିସ୍ତାନ ସହ ମିଶି ପାରିବେ ବୋଲି । ଏହା ଛଡା ସେମାନେ ଯଦି ଦୁଇ ଦେଶ ସହ ନ ମିଶିବେ ତେବେ ସେମାନେ ଚାହିଁଲେ ସେମାନେ ସ୍ୱତନ୍ତ୍ର ପ୍ରଦେଶ ହୋଇ ରହିପାରିବେ ।

 

ପଞ୍ଜାବ ଏବଂ ବଙ୍ଗଳାରେ ହିନ୍ଦୁ ଏବଂ ମୁସଲମାନ ସଂଖ୍ୟାଲଘୁ ଜିଲ୍ଲାମାନଙ୍କୁ ପୃଥକ ପ୍ରଦେଶ ଗଠନ କରିବାର ବିକଳ୍ପ ଦିଆଯାଇଥିଲା।

 

ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଏବଂ ଆସାମର ସିଲହେଟ ଜିଲ୍ଲାର ଲୋକଙ୍କ ଇଚ୍ଛା ଜାଣିବା ପାଇଁ ଏକ ଉପନିର୍ବାଚନ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

 

ମାଉଣ୍ଟବ୍ୟାଟେନ୍ ଯୋଜନାକୁ ବ୍ରିଟିଶ ସରକାର ଭାରତ ସ୍ୱାଧୀନତା ଅଧିନିୟମ 1947 ଭାବରେ ସ୍ୱୀକୃତି ଦେଇଥିଲେ। ଭାରତର ସ୍ୱାଧୀନତା ପାଇଁ ହୋଇଥିବା ମାଉଣ୍ଟବ୍ୟାଟେନ୍ ଯୋଜନାକୁ କିଛି ପ୍ରତିବାଦ ନକରି ତତକାଳୀନ ଭାରତୀୟ ନେତାମାନେ ମୁଣ୍ଡପାତି ଗ୍ରହଣ କରିନେଇଥିଲେ ।

  • Tags:

Subscribe

National International State Sports Entertainment