Home >
କରୋନା ବଢ଼ାଉଛି ସଂକଟ: ବିଶ୍ୱବ୍ୟାପୀ ୧୫.୪୯ କୋଟି ସଂକ୍ରମିତ, ୩୨.୪୦ ଲକ୍ଷ ମୃତ
Khabar Odisha:International-Corona-virus-death-toll-reaches-3240lakh-1594-crore-people-detected-in-world-wide

ନୂଆଦିଲ୍ଲୀ, ମେ ୦୫ (ଖବର ଓଡ଼ିଶା): କରୋନା ଭାଇରସ୍ ମହାମାରୀ ସଂକଟ ବଢ଼ାଉଛି । ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୪୯ ଲକ୍ଷ ୫୮ ହଜାର ୨୪୭ ଜଣ ଲୋକ କରୋନା ଭାଇସରରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୪୦ ହଜାର ୧୫୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୩ କୋଟି ୩୧ ଲକ୍ଷ ୬୨ ହଜାର ୫୪୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୫ ଲକ୍ଷ ୫୫ ହଜାର ୫୫୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୧ ହଜାର ୨୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା ୩ କୋଟି ୩୨ ଲକ୍ଷ ୭୩ ହଜାର ୮୩୫କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୯୨ ହଜାର ୩୯୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୫୯ ଲକ୍ଷ ୬୪ ହଜାର ୮୧୯ ଲୋକ ସୁସ୍ଥ ହୋଇଥିବା ବେଳେ ୬୭ ଲକ୍ଷ ୧୬ ହଜାର ୬୨୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୯ ହଜାର ୪୩୨ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୪୮ଲକ୍ଷ ୬୦ ହଜାର ୮୧୨ସଂକ୍ରମିତ, ୪ଲକ୍ଷ ୧୧ହଜାର ୮୫୪ମୃତ

ଫ୍ରାନ୍ସ: ୫୬ ଲକ୍ଷ ୮୦ ହଜାର ୩୭୮ ସଂକ୍ରମିତ, ୧ ଲକ୍ଷ ୫ ହଜାର ୩୮୭ ମୃତ 

ତୁର୍କୀ: ୪୯ ଲକ୍ଷ ୨୯ ହଜାର ୧୧୮ ସଂକ୍ରମିତ, ୪୧ ହଜାର ୫୨୭

ଋଷିଆ: ୪୮ ଲକ୍ଷ ୩୯ ହଜାର ୫୧୪ ସଂକ୍ରମିତ, ୧ଲକ୍ଷ ୧୧ ହଜାର ୫୩୫ଜଣ ମୃତ 

ୟୁକେ: ୪୪ ଲକ୍ଷ ୨୩ ହଜାର ୭୯୬ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୫୪୩ ମୃତ 

ଇଟାଲି: ୪୦ ଲକ୍ଷ ୫୯ ହଜାର ୮୨୧ ସଂକ୍ରମିତ, ୧ଲକ୍ଷ ୨୧ ହଜାର ୭୩୮ମୃତ 

ସ୍ପେନ: ୩୫ ଲକ୍ଷ ୪୪ ହଜାର ୯୪୫ ସଂକ୍ରମିତ, ୭୮ ହଜାର ୩୯୯ ମୃତ 

ଜର୍ମାନୀ: ୩୪ ଲକ୍ଷ ୪୮ ହଜାର ୧୮୨ ସଂକ୍ରମିତ, ୮୪ ହଜାର ୨୮୫ମୃତ 

ଆର୍ଜେଣ୍ଟିନା: ୩୦ ଲକ୍ଷ ୪୭ ହଜାର ୪୧୭ ସଂକ୍ରମିତ, ୬୫ ହଜାର ୨୦୨ ମୃତ

 

  • Tags:

Subscribe

National International State Sports Entertainment