Home >
ସରକାରଙ୍କ ନଜରରେ ଏମାନେ କରୋନା ଯୋଦ୍ଧା ନୂହଁନ୍ତି, ହେଲେ ଆମ ନଜରରେ ଇଏ ମଧ୍ୟ ଜଣେ ଜଣେ କରୋନା ଯୋଦ୍ଧା
Khabar Odisha:In-the-eyes-of-the-government-these-are-not-corona-warriors-but-in-our-view-he-is-also-a-corona-warrior
କଟକ, ମେ ୨୨ (ଖବର ଓଡ଼ିଶା):

କୋରୋନାକୁ ନେଇ ଚାରିଆଡେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଛି । କିନ୍ତୁ ଆମ ମାନଙ୍କ ସୁବିଧା ପାଇଁ ଆମେ ମାନେ ଯେଭଳି ଅତ୍ୟାବଶ୍ୟକ ସାମଗ୍ରୀ ଠିକ ଭାବରେ ପାଇପାରିବୁ ସେ ନେଇ ଆମ ପାଇଁ ଘରୁ ପଦାକୁ ଗୋଡ଼ ବାହାର କରି ଦିନ ରାତି ପରିଶ୍ରମ କରୁଛନ୍ତି କିଛି ଲୋକ।

ଏଭଳି ଯଦି କିଛି କଥା କହିବା, ତେବେ ଭାରତରେ ଅନେକ ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ, ପୋଲିସ ସମସ୍ତଙ୍କୁ ତ ଆମେ ମାନେ କରୋନା ଯୋଦ୍ଧା ଭାବେ ସମ୍ମାନିତ କରୁଛୁ। ହେଲେ ଆମ ମାନଙ୍କ ସୁବିଧା ପାଇଁ ଦିନ ରାତି ପରିଶ୍ରମ କରୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ କାର୍ଯ୍ୟ କରୁଥିବା ଲୋକଟି କଣ କରୋନା ଯୋଦ୍ଧା ନୂହେଁ ? ସରକାରୀ କାଗଜ ପତ୍ରରେ ସେମାନେ ସିନା କରୋନା ଯୋଦ୍ଧା ନୂହଁନ୍ତି ହେଲେ ଆମ ମାନଙ୍କ ନଜରରେ ସେମାନେ ନିଶ୍ଚିତ ଜଣେ ଜଣେ କରୋନା ଯୋଦ୍ଧା। ଅତ୍ୟାବଶ୍ୟକ ଦୋକାନରେ କାର୍ଯ୍ୟ କରୁଥିବା ଅନେକ ବୟସ୍କ ଲୋକ ବି ଅଛନ୍ତି, ଯିଏ ନିଜେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। କାରଣ, ଆପଣ ମାନେ ଜାଣିଥିବେ ବୟସ୍କ ଲୋକଙ୍କ ପାଇଁ କୋରୋନା ବିପଦ। 

ଏଭଳି ଏକ ବୟସ୍କ ବ୍ୟକ୍ତିଙ୍କ କଥା ଓ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। କଟକ, କ୍ୟାଣ୍ଟେନମେଣ୍ଟ ରୋଡ ସ୍ଥିତ ରିଲାଏନ୍ସ ଫ୍ରେସ ରେ କାର୍ଯ୍ୟ କରନ୍ତି ପ୍ରସନ୍ନ କୁମାର ସାହୁ । ବୟସ 50 ବର୍ଷ ହେବ । କିନ୍ତୁ କର୍ତ୍ତବ୍ୟ ଓ ସେବା ମନିବୃତ୍ତି ତାଙ୍କୁ ପ୍ରତିଦିନ ଘରୁ ଗୋଡ଼ ବାହାର କରିବାକୁ ବାଧ୍ୟ କରିଥାଏ । ତାଙ୍କ ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ ମଧ୍ୟରୁ ସେ ସବୁଠୁ ବୟସ୍କ । କିନ୍ତୁ, ତାଙ୍କ କାର୍ଯ୍ୟ ଅନେକ ବଡ ବଡ଼ ପଦାଧିକାରୀ ବ୍ୟକ୍ତିଙ୍କୁ ଅନୁପ୍ରାଣିତ କରିଥାଏ।

କୋରୋନାର ଏହି ମହା ବିପତ୍ତି ସମୟରେ ସମସ୍ତେ କୌଣସି ନା କୌଣସି ବାହାନା ବାହାର କରି ଘରେ ରହିବାକୁ ଚେଷ୍ଟା କରିଥାନ୍ତି, କିନ୍ତୁ ପ୍ରସନ୍ନ ପ୍ରତିଦିନ ଦୋକାନକୁ ଆସି କାର୍ଯ୍ୟ କରିବା ଅନ୍ୟ କର୍ମଚାରୀ ମାନଙ୍କୁ ବି ଉତ୍ସାହିତ କରିଥାଏ । ସେ ଚାହିଁଥିଲେ ଛୁଟି ନେଇ ଘରେ ରହିପାରି ଥାନ୍ତେ, ହେଲେ ସମୟ ଓ ପରିସ୍ଥିତି ପ୍ରସନ୍ନଙ୍କୁ ଦୋକାନ ଆସିବା ପାଇଁ ବାଧ୍ୟ କରିଥାଏ। 

ତେବେ ଦୁନିଆରେ ପ୍ରସନ୍ନଙ୍କ ଭଳି ଅନେକ କୋରୋନା ଯୋଦ୍ଧା ଅଛନ୍ତି, ଯିଏ ପ୍ରତିଦିନ ଅନ୍ୟ ମାନଙ୍କ ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥାନ୍ତି। ସେମାନଙ୍କୁ ଆମର ସଲାମ ।

  • Tags:

Subscribe

National International State Sports Entertainment