Home >
ଭୁବନେଶ୍ୱରରେ ସ୍ୱିଗି, ଜମାଟୋ ଡେଲିଭରୀ ଏଜେଣ୍ଟଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ଆରମ୍ଭ
Khabar Odisha:In-Bhubaneswar-special-vaccinations-have-been-launched-for-Swiggy-Jamato-delivery-agents
ଭୁବନେଶ୍ୱର ,ଜୁନ 11 (ଖବର ଓଡ଼ିଶା):

କରୋନାର ଦ୍ୱିତୀୟ ଲହର ଅଧିକ ଚିନ୍ତା ବଢାଉଥିବା ବେଳେ ବର୍ତ୍ତମାନ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯାହାଫଳରେ ରାଜଧାନୀରେ ବିଭିନ୍ନ ପର୍ଯ୍ୟାୟରେ ଟିକାକରଣ କରାଯାଉଛି । 

ଏହାରି ଭିତରେ ରାଜଧାନୀରେ ଅନଲାଇନରେ ଖାଦ୍ୟ ଦେଉଥିବା ଏଜେଣ୍ଟଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରାଯାଇଛି।

ସ୍ୱିଗି ଓ ଜୋମାଟୋ ଏଜେଣ୍ଟଙ୍କୁ ଟିକା ଆଜି ଦିଆଯାଉଛି । ଏଥିପାଇଁ ଗଜପତି ନଗରରେ ଥିବା ସପ୍ତମ ବାଟାଲିୟନ୍ ହାଇସ୍କୁଲ ପରିସରରେ ସ୍ୱତନ୍ତ୍ର ସେଣ୍ଟର କରାଯାଇଛି । ଅନଲାଇନ୍ ଫୁଡ୍ ଡେଲିଭରି ଦେଉଥିବା ସ୍ୱିଗି ଓ ଜୋମାଟୋ ଏଜେଣ୍ଟ ନେଉଛନ୍ତି ଟିକା ।

ପରିଚୟପତ୍ର ଦେଖାଇ ଟିକା ନେଉଛନ୍ତି ।ହୋମ୍ ଡେଲିଭରିକୁ ସୁରକ୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ସେହିପରି ଓଡ଼ିଶା ରେଷ୍ଟୁରାଣ୍ଟ ଆସୋସିଏସନ୍ କର୍ମଚାରୀଙ୍କ ପାଇଁ ନୟାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଟିକାକରଣ ସେଣ୍ଟର କରାଯାଇଛି ।

  • Tags:

Subscribe

National International State Sports Entertainment