Home >
ବିଜେପିରେ ଯୋଗ ଦେଲେ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକୁ କଲେ ପ୍ରଶଂସା
Khabar Odisha:I-admire-PM-Modis-work-nation-comes-first-for-me-Aparna-Yadav-after-joining-BJP
ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା):

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ବୁଧବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି। ସୂଚନାନୁସାରେ, ଅପର୍ଣ୍ଣା ଯାଦବ ଲକ୍ଷ୍ନୌ କ୍ୟାଣ୍ଟନ୍‌ମେଣ୍ଟ୍ ବିଧାନସଭା ଆସନରୁ ଟିକେଟ ମାଗିଛନ୍ତି। 

ଅପର୍ନା ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ସାନପୁଅ ପ୍ରତୀକଙ୍କ ପତ୍ନୀ। ୨୦୧୧ ରେ, ଅପର୍ଣ୍ଣା ଯାଦବ ପ୍ରତୀକ ଯାଦବଙ୍କୁ ବିବାହ କରିଥିଲେ, ୨୦୧୭ ବିଧାନସଭା ନିର୍ବାଚନରେ ଲକ୍ଷ୍ନୌ କ୍ୟାଣ୍ଟନ୍‌ମେଣ୍ଟ୍ ରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ବିଜେପିର ରୀତା ବହୁଗୁଣା ଯୋଶୀଙ୍କଠାରୁ ୩୩,୭୯୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ। ସେ ପ୍ରାୟ ୬୩,୦୦୦ ଭୋଟ୍ ପାଇଥିଲେ। 

ତେବେ ସେ ମହିଳାଙ୍କ କଲ୍ୟାଣ ପାଇଁ ଏକ ସଂଗଠନ ମଧ୍ୟ ଚଳାନ୍ତି । ସେ ଲକ୍ଷ୍ନୌରେ ଗାଈମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳ ମଧ୍ୟ ଚଳାନ୍ତି । ଅତୀତରେ ସେ ରାଜ୍ୟରେ ବିଜେପିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି। 

ଉତ୍ତରପ୍ରଦେଶର ୪୦୩ ବିଧାନସଭା ନିର୍ବାଚନମଣ୍ଡଳୀକୁ ନିର୍ବାଚନ ଫେବୃଆରୀ ୧୦ ରୁ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶରେ ମତଦାନ ଫେବୃଆରୀ ୧୦, ୧୪, ୨୦, ୨୩, ୨୭ ଏବଂ ମାର୍ଚ୍ଚ ୩ ଏବଂ ୭ ରେ ସାତୋଟି ପର୍ଯ୍ୟାୟରେ ହେବ। ଭୋଟ୍ ଗଣନା ମାର୍ଚ୍ଚ ୧୦ ରେ ହେବ।

  • Tags:

Subscribe

National International State Sports Entertainment