୧୫ ଯାଏ ରାଜ୍ୟରେ ଲାଗି ରହିବ ଲଗାଣ ବର୍ଷା: ୧୯ରେ ଆଉ ଏକ ଘୂର୍ଣ୍ଣିବଳୟ ଭୁବନେଶ୍ବର, ଅଗଷ୍ଟ 11(ଖବର ଓଡ଼ିଶା): Share story: ରାଜ୍ୟରେ ଜାରୀ ରହିଛି ଲଗାଣ ବର୍ଷା । ଆସନ୍ତା ୧୫ ତାରିଖ ଯାଏ ଏହିପରି ଲଗାଣ ବର୍ଷା ଜାରୀ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଅନ୍ୟ ପଟେ ଆଗାମୀ ୧୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆକଳନ କରୁଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୧୩ ଓ ୧୪ ଦୁଇ ଦିନ ଅଧିକ ବର୍ଷା ରହିବ। ଏହିସମୟରେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଚଳିତ ମୌସୁମୀ ଋତୁରେ ଜୁନରୁ ଆଜି ଯାଏଁ ରାଜ୍ୟରେ ୬୬୭ ମିମି ବର୍ଷା ରେକର୍ଡ ହୋଇଛି। ତେବେ ମୟୁରଭଞ୍ଜ,ସୁନ୍ଦରଗଡ଼, ସୋନପୁର, ଝାରସୁଗୁଡାରେ ଏବେ ବି ବର୍ଷାର ପରିମାଣର କମ୍ ରହିଛି। କିନ୍ତୁ ଅନ୍ୟସବୁ ଜିଲ୍ଲାରେ ବର୍ଷାର ମାତ୍ରା ସ୍ବାଭାବିକ ହୋଇଛି। ଖବର ଓଡ଼ିଶା, Reporter, 11/08/2022