ଯାଜପୁରରେ ବଢୁଛି ହଇଜା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି । ସେ ପ୍ରଥମେ ବଡଚଣା,ଧର୍ମଶାଳା,ମଧୁବନ ମେଡିକାଲ ପରିଦର୍ଶନ କରିବା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ରୋଗୀ ମାନଙ୍କୁ ପଚାରିବା ସହିତ ସ୍ବାସ୍ଥ୍ୟ ସେବା ସଂପର୍କ ରେ ସମୀକ୍ଷା କରିଛନ୍ତି। ଏହି ସମୟରେ ଯାଜପୁର ଜିଲ୍ଲାପାଳ ଅନ୍ବେସୟା ରେଡ୍ଡୀ ଓ ଅନ୍ୟ ପ୍ରସାଶନିକ ଅଧିକାରୀଙ୍କ ସମେତ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ଚଣା ବିଧାୟକ ଅମର ନାୟକ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ। ହଇଜା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲାର ବିଧାୟକ ମାନଙ୍କ ସହିତ କେନ୍ଦ୍ର ରୁ ଆସିଥିବା ସ୍ବାସ୍ଥ୍ୟ ଟିମ୍ ମାନେ ମଧ୍ୟ ସାମିଲ ହୋଇଥିଲେ। ତେବେ ଆଜି ଜ଼ିଲ୍ଲାର ପୁଣି ୨ ଜଣଙ୍କ ମୃତ୍ୟୁ ଘଟିଛି l