Home >
ପିଏମଓ ଅଧିକାରୀ ପରିଚୟରେ କାଶ୍ମୀର ପହଞ୍ଚିଲେ, ଠକ ଜାଣି ଗିରଫ କଲା ପୋଲିସ
Khabar Odisha:Fraud-man-posing-as-Additional-Director-PMO-arrested-in-Srinagar
ଖବର ଓଡିଶା : 17/03/2023

 ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରର ପଦସ୍ଥ ସରକାରୀ ଅଧିକାରୀମାନଙ୍କ ସହିତ ଏକାଧିକ ବୈଠକ କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଏହି ଠକଜଣକ ହେଲେ କିରଣଭାଇ ପଟେଲ ଓ ତାଙ୍କ ଘର ଗୁଜରାଟରେ ବୋଲି ଜଣାଯାଇଛି। ନିଜକୁ ପିଏମଓର ଅଧିକାରୀ ବୋଲି ପରିଚୟ ଦେଇଥିବା ଠକର ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ବୋଲି ଦାବି କରୁଥିବା ଗୁଜୁରାଟର କିରଣ ପଟେଲଙ୍କୁ ମାର୍ଚ୍ଚ ୩ ତାରିଖରେ ଗିରଫ କରାଯାଇଥିଲା। ତାଙ୍କୁ ଶ୍ରୀନଗରର ଏକ ସ୍ଥାନୀୟ ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ଏବଂ ବର୍ତ୍ତମାନ ମାର୍ଚ୍ଚ ୧୭ ପର୍ୟ୍ୟନ୍ତ ପୋଲିସ ରିମାଣ୍ଡରେ ଅଛନ୍ତି। ପ୍ରକୃତ ଘଟଣା ହେଉଛି ଯେ, ଗୁଜରାଟରେ ରହୁଥିବା କିରଣ ଭାଇ ପଟେଲ ନାମକ ଜଣେ ବ୍ୟକ୍ତି ନିଜକୁ ପିଏମ୍‌ଓ ଅଫିସର୍‌ ଜଣେ ଅତିରିକ୍ତ ନିର୍ଦ୍ଦେଶକ ବୋଲି ପରିଟୟ ଦେଇ ଫେବ୍ରୁଆରୀରେ ଜମ୍ମୁ କାଶ୍ମୀର ଭ୍ରମଣରେ ଯାଇଥିଲେ । ସେଠାରେ ନିଜର ମିଥ୍ୟା ପରିଚୟ ବଳରେ ପାରାମିଲିଟାରୀ ଫୋର୍ସ ଏବଂ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ସେ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ। କେତେବଳେ ବୁଦ୍ଧଗାମୀର ବରଫ ଆଚ୍ଛାଦିତ ଅଞ୍ଚଳ ତ କେତେବେଳେ ଶ୍ରୀନଗରର କ୍ଲକ୍ ଟାୱାର୍ ଲାଲ ଛକ୍ ସାମ୍ନାରେ ସେ ଫଟୋଗ୍ରାଫ୍ ପୋଜ ଦେଉଥିବା ନଜର ଆସିଛନ୍ତି। ଏପରିକି କାହାରି ଯେପରି ସନ୍ଦେହ ନ ହୁଏ, ସେଥିନିମନ୍ତେ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବି ଯୋଗ ଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ ବାରମ୍ବାର ଗୋଟିଏ ଜାଗାକୁ ଆସିବାକୁ ନେଇ ପୁଲିସ୍‌ର ସନ୍ଦେହ ହୋଇଥିଲ। ଏହାପରେ ପୁଲିସ୍‌ ଓ ଗୁଇନ୍ଦା ବିଭାଗ ତାଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିଲେ । ତଦନ୍ତରୁ ଯାହା ସାମନାକୁ ଆସିଥିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିରଣଭାଇ ପଟେଲ କୌଣସି ଚାକିରି କରି ନ ଥିବା ବେଳେ ଜଣେ ପରମ ଠକ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ସେ ରହୁଥିବା ପଞ୍ଚ ତାରକା ହୋଟେଲରୁ ତାଙ୍କୁ ଗିରଫ କରିଥିଲା। ଗିରଫଦାରୀର ପ୍ରାୟ ୧୦ ଦିନ ପରେ ଘଟଣା ସାମନାକୁ ଆସିଛି।

Subscribe

National International State Sports Entertainment