Home >
ଅସୁସ୍ଥ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ଆଶୁ ଆରୋଗ୍ୟ କାମନା କଲେ ମୋଦି
Khabar Odisha:Former-PM-Manmohan-Singh-Hospitalized

ନୂଆଦିଲ୍ଲୀ, ଅକ୍ଟୋବର ୧୪(ଖବର ଓଡ଼ିଶା): ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଗତ କାଲି ଠାରୁ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ।


ବାର୍ଦ୍ଧକ୍ୟ ଗତ ରୋଗ ଓ ସାମନ୍ୟ ଜ୍ୱରକୁ ନେଇ ଅସୁସ୍ଥ ହୋଇ ପଡିଛନ୍ତି ମନମୋହନ ସିଂ । ଏମ୍ସରେ ପୂର୍ବତନ ପ୍ରଧାମନ୍ତ୍ରୀ ଭର୍ତ୍ତି ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।


ଅନ୍ୟପଟେ ଏମ୍ସରେ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଏମ୍ସରେ ପହଞ୍ଚିଥିଲେ ।


ପୂର୍ବରୁ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମଧ୍ୟ ଡକ୍ଟର ମନମୋହନ ସିଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ କ୍ରମାଗତ ଭାବରେ ପୂର୍ବତନ ପ୍ରଧାମନ୍ତ୍ରୀ ଅସୁସ୍ଥ ରହିଆସୁଥିଲେ । ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଆସିବାରୁ ଓ ଅଧିକ ଦୁର୍ବଳ ଅନୁଭବ କରିବାରୁ ବୁଧବାର ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

  • Tags:

Subscribe

National International State Sports Entertainment