ନୂଆଦିଲ୍ଲୀ, ମେ ୧୬(ଖବର ଓଡିଶା):
ହରିୟାଣା ଯମୁନାନଗରରେ ଅଘଟଣ । ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ୫ ଜଣ ଦୁବୃର୍ତ୍ତ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବଞ୍ଚାଇବାକୁ ୫ ଜଣ ଯୁବକ ପାଣି ଭିତରକୁ ଡେଇଁପଡିଥିଲେ ।
ଫଳରେ ନଦୀର ପ୍ରଖର ପାଣିରେ ଭାସିଯାଇଥିଲେ । ହେଲେ ଅନ୍ୟ ୫ ଜଣ ବାହାରିଆସି ଲୁଚିଯାଇ ନିଜ ଜୀବନ ବଞ୍ଚାଇଥିଲେ । ସେପଟେ ପୋଲିସ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରି ୫ ଜଣଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଜଣାପଡିଛି ।
ପୋଲିସର ସୂଚନା ଅନୁସାରେ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ ବର୍ଷ ତଳୁ ବିବାଦ ଲାଗି ରହିଥିଲା । ଏହି ମାମଲା ଏବେ ବି କୋର୍ଟରେ ବିଚାରାଧିନ ରହିଛି ।