Home >
ବଢୁଛି କରୋନା ଭୟ, ଆସନ୍ତାକାଲିଠାରୁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଦିଆଗଲା ଗ୍ରୀଷ୍ମଛୁଟି
Khabar Odisha:Fear-of-growing-carona-summer-holidays-in-higher-education-from-tomorrow
ଭୁବନେଶ୍ୱର, ମେ 04 (ଖବର ଓଡିଶା) :

 ରାଜ୍ୟରେ ଥମିବାର ନାଁ ନେଉନି କରୋନା। ଆଜି ପୁଣି ଥରେ ୮ ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଚିହ୍ନଟ ହୋଇଛନ୍ତି ୮୨୧୬ କରୋନା ଆକ୍ରାନ୍ତ । ଏହାରି ଭିତରେ ଆସନ୍ତାକାଲି ୫ ତାରିଖ ଠାରୁ ଉଚ୍ଚଶିକ୍ଷା ଅନୁଷ୍ଠାନର ଖରା ଛୁଟି ଘୋଷଣା ହୋଇଛି ।

ମେ ୫ ତାରିଖରୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା ହୋଇଛି । ସୂଚନା ମୁତାବକ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଆସୁଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି । ଏନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ଚିଠି କରାଯାଇଛି ।

ଏହାବ୍ୟତୀତ ସବୁ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜ ପ୍ରିନ୍ସପାଲଙ୍କୁ ଚିଠି କରାଯାଇଛି । ଖରା ଛୁଟି ନେଇ ଚିଠି କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ଖରାଛୁଟି ଅବଧିରେ ଅନଲାଇନ କ୍ଲାସ କିମ୍ବା ପରୀକ୍ଷା କରାଯିବା ବାରଣ ରହିଛି ।

  • Tags:

Subscribe

National International State Sports Entertainment