Home >
ସାବଧାନ ! ଏଠି ସିଗାରେଟ ମଧ୍ୟ ନକଲି, ରାଜଧାନୀ ଉପକଣ୍ଠ ଛତାବର ଗ୍ରାମପଞ୍ଚାୟତରୁ ଜବତ ହେଲା ପୁଳା ପୁଳା ନକଲି ସିଗାରେଟ୍
Khabar Odisha:Fake-Cigarettes-Factory-Seized-In-Bhubaneswar
ଭୁବନେଶ୍ୱର : 06/12/2022

ବଜାରରେ ଅନେକ ଜିନିଷ ନକଲି ବିକ୍ରି ହେଉଥିବାର ଆପଣ ମାନେ ଶୁଣିଥିବେ, କଣ କେବେ ବଜାରରେ ସିଗାରେଟ ନକଲି ବିକ୍ରି ହେଉଥିବାର ଶୁଣିଛନ୍ତି କି ? ଆଜ୍ଞା ହଁ ବଜାରରେ ଏବେ ବିକ୍ରି ହେଉଛି ନକଲି ସିଗାରେଟ | ରାଜଧାନୀ ଉପକଣ୍ଠ ଛତବର ଗ୍ରାମପଂଚାୟତ ଅଲକର ଗ୍ରାମରେ ଏକ ନକଲି ସିଗାରେଟ କମ୍ପାନୀ ଥିବା ଦେଖିବାକୁ ମିଳିଛି ।ଇଂଟେଲିଜେନ୍ସ ବ୍ୟୁରୋ ଓ ଇମ୍ପୋଭ୍ୟାଲି ଥାନା ପୋଲିସର ଏକ ମିଳିତ ଟିମ ଚଢାଉ କରି ଏହି ନକଲି ସିଗାରେଟ ଫ୍ୟାକ୍ଟ୍ରିକୁ ଜବତ କରିଛନ୍ତି । ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ ଏଚ୍ ୧୦ ନାମରେ ଏହି ନକଲି ସିଗାରେଟ ପ୍ରସ୍ତୁତ ହେଉଥିଲା । କେବଳ ସେତିକି ନୁଁହ ଅନ୍ୟ ଏକ ସିଗାରେଟକୁ ଏସ ଷ୍ଟାର ନାମରେ ମଧ୍ୟ ପ୍ରସ୍ତୁତ କରାଯାଉଥିଲା । 

ଗୁଇନ୍ଦା ଅଧିକାରୀଙ୍କ କହିବା ଅନୁଯାୟୀ, ଏଚ୍ ୧୦ ହେଉଛି ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ । ଏହି ନାମରେ ଏଠାରେ ପ୍ରସ୍ତୁତ ହେଉଥିଲା ନକଲି ସାମଗ୍ରୀ । ଏ ନେଇ ଗୁଇନ୍ଦା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏବେ ଏହାର ତଦନ୍ତ କରାଯାଇ ଏହି ଫ୍ୟାକ୍ଟ୍ରିକୁ ସିଜ କରାଯାଇଛି । ଏଥିରୁ ଲକ୍ଷାଧିକ ଟଙ୍କାର ସିଗାରେଟ ଆଉ ଗୁଟଖାକୁ ଜବତ କରିଛି ଇମ୍ଫୋଭ୍ୟାଲି ଥାନା ।

ଏହି ନକଲି ସିଗାରେଟ ଖୋର୍ଦ୍ଧା, କଟକ,ପୁରୀ,ଗଞ୍ଜାମ,ନୟାଗଡ,ଗଜପତି ଆଦି ଜିଲ୍ଲା ମାନଙ୍କରେ ବିକ୍ରି କରାଯାଉଥିଲା | ତା ଛଡା ରାଜ୍ୟ ବାହାରକୁ ମଧ୍ୟ ଏହି ନକଲି ସିଗାରେଟ ଚାଲାଣ କରାଯାଉଥିଲା |  ଏହି ବ୍ୟବସାୟ ଚଳାଇଥିଲେ ଗଞ୍ଜାମ ଜିଲ୍ଲାର ରାଜା ରାଓ । ତେବେ ତାଙ୍କୁ ଫସାଇ ଦିଆଯାଉଥିବା ସେ କହିଛନ୍ତି । 

Subscribe

National International State Sports Entertainment