ବିଜେପି ଛାଡ଼ିଲେ ଗମାଙ୍ଗ ବାପପୁଅ। ଉଭୟ ଗିରିଧର ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଆଜି ବିଜେପି ଦଳ ଛାଡ଼ିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିକଟକୁ ଉଭୟ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ଗିରିଧର ଓ ଶିଶିର । ହେଲେ ବିଜେପିରେ ଉଭୟଙ୍କୁ କୋଣଠେସା କରାଯାଉଥିବା ଅଭିଯୋଗ କରି ଆସୁଥିଲେ। ଏପରିକି କଂଗ୍ରେସ ଛାଡ଼ିବା ପରେ ଏମ୍ପି ଟିକେଟ ଦିଆଯିବା ନିମନ୍ତେ ଶିଶିର ଗମାଙ୍ଗଙ୍କୁ ଦେଇଥିବା ପ୍ରତିଶ୍ରୁତି ବିଜେପି ପାଳନ କରି ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଦୀର୍ଘ ୭ ବର୍ଷ ପରେ ବିଜେପି ହାତ ଛାଡ଼ିଥିବା ଆଜି ପ୍ରେସମିଟ ଜରିଆରେ ସ୍ପଷ୍ଟ କରିଛନ୍ତି ଗମାଙ୍ଗ ବାପପୁଅ ।