Home >
କପିଲ ଶର୍ମା ଶୋକୁ ଫେରିଲେ ଚନ୍ଦନ ପ୍ରଭାକର
Khabar Odisha:Entertainment-Odisha-Chandan-pravakar-return-to-the-kapil-sharma-Show
ମୁମ୍ୱାଇ, ମାର୍ଚ୍ଚ ୧୪(ଖବର ଓଡିଶା):

ଦେଶର ସବୁଠାରୁ ଲୋକପ୍ରିୟ କମେଡି ଶୋ ଦ କପିଲ ଶର୍ମା ଶୋ କୁ ଫେରିଲେ ଚନ୍ଦନ ପ୍ରଭାକର । ବିବାହ ପରେ କପିଲ ଶର୍ମା ପୁଣିଥରେ ସମାନ ଚ୍ୟାନେଲ(ସୋନି ଟିଭି)ରେ ନିଜର କମେଡି ଶୋ, ଦ କପିଲ ଶର୍ମା ଶୋ ସହିତ ଛୋଟ ପରଦାକୁ ଫେରିଥିଲେ । 

ଭାରତର ସବୁଠାରୁ ଲୋକପ୍ରିଯ କମେଡି ଶୋ ଦ କପିଲ ଶର୍ମା ଶୋରେ କ୍ରିଷ୍ଣା ଅଭିଶେକ ମଧ୍ୟ ଯୋଗଦେଇଛନ୍ତି । ଦୁଇ ଦୁଇ କମେଡି ସୁପରଷ୍ଟାରଙ୍କ ସହିତ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲା ଏହି ଶୋ । କିଛି ଦିନ ପାଇଁ ଦୂରରେ ରହିଥିବା କମେଡି ଷ୍ଟାର ଚନ୍ଦନ ପ୍ରଭାକର ପୁଣିଥରେ ଶୋରେ କମେଡି ତଡ୍‌କା ଲଗାଇବା ପାଇଁ ଫେରିଛନ୍ତି । 

କପିଲ ଶର୍ମା ଇଂଷ୍ଟାଗ୍ରାମରେ କିଛି ଫୋଟୋ ପୋଷ୍ଟ କରିଥିଲେ । ଯେଉଁ ଫୋଟୋରେ ସମସ୍ତ ସହ କଳାକାରଙ୍କ ସହିତ ରହିଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା । ଏହି ଫୋଟୋରେ ଚନ୍ଦନ ପ୍ରଭାକର ମଧ୍ୟ ଅଛନ୍ତି । ଫୋଟୋକୁ ସେୟାର କରି କପିଲ୍ ଶର୍ମା ଲେଖିଛନ୍ତି, “Shooting gags is always fun.”।

Subscribe

National International State Sports Entertainment