Home >
ଟେଷ୍ଟ ସିରିଜ ପାଇଁ ପ୍ରଥମରୁ କିଛିଟା ଆଇପିଏଲ ମ୍ୟାଚ ଖେଳିପାରିବେନି ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଖେଳାଳି
Khabar Odisha:England-and-Australia-players-will-not-be-able-to-play-a-few-matches-in-the-IPL-due-to-Test-series

ଆଇପିଏଲର ୧୩ ତମ ସଂସ୍କରଣ ୟୁଏଇରେ ଆୟୋଜନ ହେବାକୁ ଯାଉଛି । ତେବେ ସେପ୍ଟେମ୍ବର ୧୯ ତାରିଖରୁ ଏହା ଆୟୋଜନ କରାଯିବ ବୋଲି ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ସେପ୍ଟେମ୍ବର ୧୬ ତାରିଖରେ ସମାପ୍ତ ହେବ । ଏହାପରେ କରୋନା ମହାମାରୀ ପାଇଁ ଆଇସିସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଉଭୟ ଦେଶର ଆଇପିଏଲରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ୟୁଏଇରେ ପଂହଚି କିଛି ଦିନ କ୍ୱାରେଣ୍ଟିନରେ ରହିବେ । ଏହା ଫଳରେ ସେହି ଖେଳାଳିମାନେ ପ୍ରାରମ୍ଭରୁ କିଛିଟା ମ୍ୟାଚ ଖେଳି ନପାରନ୍ତି । 

ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଜୋଫ୍ରା ଆର୍ଚର, ପ୍ୟାଟ କମିନସ, ବେନ ଷ୍ଟୋକସ ଆଦି ଖେଳାଳି ୟୁଏଇ ଆସି କ୍ୱାରେଣ୍ଟିନରେ ପିରିୟଡରେରହିବାରୁ କିଛିଟା ମ୍ୟାଚ ଖେଳିପାରିବେନି । ପୂର୍ବରୁ ଦକ୍ଷିଣ ଆଫ୍ରିକା ସୀମା କରୋନା ପାଇଁ ସିଲ ହୋଇଥିବାରୁ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ମଧ୍ୟ କିଛିଟା ଆଇପିଏଲ ମ୍ୟାଚ ଖେଳିପାରିବେନି ବୋଲି ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment