Home >
ମହାନଦୀରେ ଭାସିଗଲେ ହାତୀପଲ, ଉଦ୍ଧାର କାର୍ଯ୍ୟ ଜାରି
Khabar Odisha:Elephants-have-fallen-into-the-river-and-rescue-efforts-are-underway
କଟକ, ସେପ୍ଟେମ୍ବର ୨୪(ଖବର ଓଡିଶା):

ମହାନଦୀରେ ଭାସିଗଲେ ହାତୀପଲ । ଶୁକ୍ରବାର ସକାଳୁ ଆଠଗଡ ନିକଟ ମହାନଦୀରେ ହାତୀ ପଲ ଭାସିଯାଇଛନ୍ତି । ଏକ ୧୭ରୁ ୨୦ ଟିକିଆ ହାତୀ ପଲ ଆଜି ଭୋର ସମୟରେ ଆଠଗଡ ପଟୁ ମହାନଦୀରେ ପଶିଥିଲେ । ସେମାନେ ବାଙ୍କି ଦେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ । ମାତ୍ର ନଦୀରେ ଜଳସ୍ତର ଅଧିକା ଥିବା ବେଳେ ପାଣିର ସୁଅରେ ହାତୀପଲ ଭାସିଯାଇଥିଲେ । 

ଗୋଟିଏ ହାତୀ ମୁଣ୍ଡଳୀ ବ୍ରୀଜ ନିକଟରେ ଲାଖି ରହିଥିବା ବେଳେ ଆଉ ୭ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆଶାସନ ଗାଁ ନିକଟରେ ଲାଗିଛନ୍ତି । ସେମାନଙ୍କ ମଧ୍ୟରୁ ପୁଣି ୨ଟି ହାତୀ ନଦୀ ପାର ହେବାକୁ ଚେଷ୍ଟା କରୁଥିବା ବେଳେ ଭାସି ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ ପାଇଛି । 

ସେହିପରି ମୁଣ୍ଡଳି ବ୍ରିଜରେ ଲାଗିଥିବା ହାତୀଟିକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ଓ ବନବିଭାଗ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଆଠଗଡ ରେଞ୍ଜରଙ୍କ ସମେତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ରହିଛନ୍ତି ।

  • Tags:

Subscribe

National International State Sports Entertainment