କେଶରୀ ରିଅଲ ଇଷ୍ଟେଡ ଅଫିସରେ ଇଡିର ଚଢ଼ାଉ | କେଶରୀ ଇଷ୍ଟେଟ ଏକ୍ସ ଡାଇରେକ୍ଟର ଅକ୍ଷୟ କୁମାର ଚୌଧୁରୀଙ୍କ ଘରେ ରେଡ l ଏକ ସମୟରେ ତିନିଟି ସ୍ଥାନରେଏହି ଚଢ଼ାଉ କରାଯାଉଛି। ରାଜଧାନୀରେ କେଶରୀ ଟକିଜ୍ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବରହମପୁର ସ୍ଥିତ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଉଛି। ସୂଚନାଯୋଗ୍ୟ, ୨୦୦୮ରୁ ୨୦୧୯ ମଧ୍ୟରେ ଡୁପ୍ଲେକ୍ସ ଯୋଗାଇ ଦେବା ନାଁ ରେ ୧୮ଜଣଙ୍କ ଠାରୁ ୫ କୋଟି ୧୬ ଲକ୍ଷ ଟଙ୍କା ଲୁଟାଇଥିଲେ ଅକ୍ଷୟ କୁମାର l ଏହି ଅଭିଯୋଗ ଆଧାରରେ ନିଜ ଆଡୁ ମାମଲା କରି ୨୦୨୦ ମସିହାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା।