ବ୍ରିଟିଶ ନାଗରିକଙ୍କ ପାଇଁ ପୁଣିଥରେ କେନ୍ଦ୍ର ସରକାର ଆରମ୍ଭ କରିବେ ଇ-ଭିସା | କରୋନା ମହାମାରୀ ପରେ ୨୦୨୦ ମାର୍ଚ୍ଚ ପରଠୁ ଇ-ଭିସା ନୀତି କାର୍ଯ୍ୟକାରୀ ହେଉନଥିଲା । ତେବେ ଭାରତର ହାଇ କମିଶନର ବିକ୍ରମ କେ ଡୋରେସ୍ୱାମୀ ଏକ ଭିଡିଓ ବାର୍ତ୍ତାରେ ଘୋଷଣା କରିଛନ୍ତି ଯେ ଦେଶକୁ ଯାତ୍ରା କରୁଥିବା ସମସ୍ତ ବ୍ରିଟେନ ନାଗରିକଙ୍କ ପାଇଁ ଇ-ଭିସା ସୁବିଧା ପୁନର୍ବାର ଆରମ୍ଭ କରାଯିବ | ଡୋରେସ୍ୱାମୀ କହିଛନ୍ତି ଯେ ନାଗରିକଙ୍କ ପାଇଁ ଏହି ସେବା ତୁରନ୍ତ ଉପଲବ୍ଧ ହେବ ଏବଂ ଖୁବ ଶୀଘ୍ର ତାରିଖ ଘୋଷଣା କରାଯିବ। ଏହି ସୁବିଧା ପୁନର୍ବାର ଆରମ୍ଭ ହେଲେ ବ୍ରିଟେନର ବନ୍ଧୁମାନଙ୍କୁ ଭାରତକୁ ଅଧିକ ସହଜରେ ଯାତ୍ରା କରିବାକୁ ସକ୍ଷମ କରିବ ବୋଲି ସେ କହିଛନ୍ତି।
ତେବେ ଆଗକୁ କ୍ରିଷ୍ଟମାସ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ଏହି ବର୍ଷ ଆରମ୍ଭରୁ କେବଳ ୟୁକେ ଓ କାନାଡ଼ା ଭଳି କେତେକ ହାତ ଗଣତି ଦେଶକୁ ଛାଡ଼ିଦେଲେ, ଅନ୍ୟ ଦେଶର ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ।