Home >
ଖୋର୍ଦ୍ଧାରେ ବୋମାମାଡ଼, ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି
Khabar Odisha:Crime-state-Bomb-blast-in-Khordhas-Daleiput-village-one-injured-admitted-to-hospital

ଭୁବନେଶ୍ୱର, ଅଗଷ୍ଟ ୧୨ (ଖବର ଓଡ଼ିଶା): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ମଙ୍ଗଳବାର ବିଳମ୍ବିତ ରାତି ବୋମାମାଡ଼ ହୋଇଛି । ଏନେଇ ଆଜି ସକାଳୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅନ୍ତର୍ଗତ ପଂଚପଡ଼ା ଗ୍ରାମରେ ଖାଇବାକୁ ନେଇ ସୋମବାର ବିଳମ୍ବିତ ରାତ୍ରୀରେ ବୋମାମଡ଼ା କରିଥିଲେ । ଏଥିରେ ଜଣେ ଦୋକାନୀଙ୍କ ଝିଅ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଖାଇବାକୁ ନେଇ ବଚସା ହେବା ପରେ ରାତିରେ ବୋମାମାଡ଼ ହୋଇଥିଲା । ଦୁର୍ବୃତ୍ତମାନେ ଦୋକାନ ଓ ପାଖଘରକୁ ୨ଟି ବୋମା ଫିଙ୍ଗି ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।  

 

  • Tags:

Subscribe

National International State Sports Entertainment