ଖୋଲିବ ବାୱରିଆ ଗ୍ୟାଙ୍ଗର କଳା ଚିଠା । ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆସନ୍ତା ସୋମବାର କୋର୍ଟରେ ଆବେଦନ କରିବ କମିଶନରେଟ ପୋଲିସ। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ରାଜ୍ୟ ବାହାରକୁ ଯିବା ପାଇଁ ୨ଟି ଟିମ ଗଠନ କରିଛି ପୋଲିସ । ୟୁପି ଓ ଦିଲ୍ଲୀରେ ଯାଞ୍ଚ କରିବ କମିଶନରେଟ ପୋଲିସର ସ୍ପେଶାଲ ଟିମ । ଗ୍ୟାଙ୍ଗର ଅପରାଧ ଇତିହାସ ଓ ସହଯୋଗୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ନେବ ପୋଲିସ ।
ସୂଚନା ଅନୁସାରେ, ୟୁପିରୁ ଆସି ରାଜ୍ୟ ସାରା ଲୁଟିପାତ ମଚେଇ ପୁରୀରେ ଅୟସ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ। ତେବେ ଗତ କିଛି ଦିନ ତଳେ ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ୟୁପି ସାମଲି ଜିଲ୍ଲାର ସମସ୍ତ ଅଭିଯୁକ୍ତଙ୍କ ଘର ହୋଇଥିବା ବେଳେ ସେମାନଙ୍କ ନାଁ ରେ ୨୮ଟି କେସ ଓଡ଼ିଶାରେ ରହିଛି। ଖୁବଶୀଘ୍ର ଜେଲରେ ଟିଆଇ ପରେଡ଼ କରିବ ପୋଲିସ।