ବାଲେଶ୍ଵର ଟ୍ରାକ୍ଟର ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଜିଲ୍ଲାର ଔପଦା ଥାନା ବଧି ଗାଁରେ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଉଛନ୍ତି ଔପଦା ଥାନା ବଧି ଗାଁର ଅମୁଲ୍ୟ ଜେନାଙ୍କ ପୁଅ ବିଶ୍ଵରଞ୍ଜନ ଜେନା।
ମିଳିଥିବା ସୂଚନା ଅନୁଯାୟୀ ବିଶ୍ଵରଞ୍ଜନ ଏବଂ ଭରତ କୁମାର ଦାସ ଏକ ସ୍କୁଟିରେ ବଡ଼ ପୋଖରୀ ବଜାରକୁ ଯାଉଥିବା ବେଳେ ବଡ଼ପୋଖରୀ-ବଧି ରାସ୍ତାର ଜୟୀନାରାୟଣପୁର ଶାସନ ନିକଟରେ ଇଟା ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳ ବିଶ୍ୱ ରଞ୍ଜନ ଜେନାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣା ପରେ କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବାବେଳେ ଔପଦା ପୁଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
 
ଅଧିକ ପଢନ୍ତୁ: ନାବାଳିକା ଉପରେ ଲୋଲୁପ ଦୃଷ୍ଟି, ମନା କରିବାରୁ ପଥରରେ ମରଣାନ୍ତକ ଆକ୍ରମଣ