Home >
ମୋଦିଙ୍କ ଲେହ ଗସ୍ତ ପରେ ଛାନିଆ ଚୀନ, ଭାରତକୁ ବୁଝାଇବା ପାଇଁ କଲା ଚେଷ୍ଟା
Khabar Odisha:Chinas-First-Reaction-in-PM-Visit-To-Leh
ନୂଆଦିଲ୍ଲୀ, ଜୁଲାଇ ୦୩ (ଖବର ଓଡ଼ିଶା):

ଆଜି ଅଚାନକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି । ଭାରତ-ଚୀନ ସୀମା ବିବାଦ ମଧ୍ୟରେ ମୋଦିଙ୍କ ଏଭଳି ଅଚାନକ୍ ଲଦାଖ ଗସ୍ତ ଚୀନକୁ ଗୋଟିଏ ସଫା ସାଙ୍କେତିକ ସନ୍ଦେଶ ଦେଇଛି । ଭାରତ ସବୁ ବେଳେ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ଏବଂ ଭାରତ ବିରୋଧରେ ଚୀନର ଚାଲାକି ଆଉ ଭାରତରେ ଗ୍ରହଣୀୟ ନୁହେଁ ।

ତେବେ ସେନାର ଯବାନ ମାନଙ୍କ ମନୋବଳ ବଢାଇଥିବା ସହିତ ଲେହରେ ପ୍ରଧାନମନ୍ତ୍ରୀ ସୀମା ସ୍ଥିତି ମଧ୍ୟ ସମୀକ୍ଷା କରୁଛନ୍ତି । ଏହାରି ଭିତରେ ଦିନ ଆରମ୍ଭରୁ ସମସ୍ତଙ୍କ ନଜର ଚୀନର ପ୍ରତିକ୍ରିୟା ଉପରେ ମଧ୍ୟ ରହିଥିଲା । ପ୍ରଧାନମନ୍ତ୍ରୀଙ୍କ ଏଭଳି ହଠାତ୍ ଭାରତ ଗସ୍ତରେ ଚୀନ କଣ ପ୍ରତିକ୍ରିୟା ରଖୁଛି ତାହା ଉପରେ ସମସ୍ତଙ୍କ ନଜର ରହିଥିଲା ।

ତେବେ ଚୀନର ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ଏକ ବିବୃତିରେ ଚୀନର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଝାଓ ଲିଜିଆନ, ମୋଦିଙ୍କ ଲେହ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେକହିଛନ୍ତି ଯେ ଭାରତ ଓ ଚୀନ ସୀମାରେ ଲାଗି ରହିଥିବା ଉତେଜନାକୁ ହ୍ରାସ କରିବାକୁ ଦୁଇ ଦେଶ ମଧ୍ୟରେ ସୈନ୍ୟ ଓ କୂଟନୀତି ସ୍ଥରୀୟ ଆଲୋଚନା ଜାରି ରହିଛି । ଏବଂ ଏଭଳି ସମୟରେ କୌଣସି ବି ପକ୍ଷ ଏମିତି କିଛି କରିବା ଉଚିତ୍ ନୁହେଁ ଯାହା ଦୁଇ ଦେଶର ସୀମାରେ ଉତେଜନା ସୃଷ୍ଟି କରିବାର କାରଣ ସାଜିବ ।

ଚୀନ ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ଏହି ମନ୍ତବ୍ୟ ନିଶ୍ଚିତ ଭାବରେ ଏହା ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଲଦାଖ ଗସ୍ତର ଗୋଟିଏ ଭାରି ପ୍ରଭାବ ଚୀନ ଉପରେ ପଡିଛି । ଯାହା ଚୀନ୍ ପରୋକ୍ଷ ଭାବରେ ଦର୍ଶାଉଛି ।

  • Tags:

Subscribe

National International State Sports Entertainment