Home >
କୋଭିଡ୍ ନିୟମ ଉଲ୍ଲଂଘନ କାରଣରୁ କଟକ ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଲ୍ କଲା ସିଏମସି
Khabar Odisha:CMC-seals-Cuttack-Mahindra-coaching-center-due-to-Covids-violation
କଟକ, ଏପ୍ରିଲ ୦୮ (ଖବର ଓଡ଼ିଶା):

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ କଟକ ଅରୁଣଦୋୟ ନଗରସ୍ଥିତ ମହିନ୍ଦ୍ରା କୋଚିଂ ସେଣ୍ଟରକୁ ସିଲ୍ କରିଛି ସିଏମସି । କ୍ଳାସ ରୁମ୍‌ରେ ସାମାଜିକ ଦୂରତା ଗାଇଡଲାଇନର ଉଲ୍ଲଂଘନ ନେଇ ଅଭିଯୋଗରେ କାର୍ଯ୍ୟନୁଷ୍ଠାନ ହୋଇଛି ।

ଏହାସହ କଟକ ସହରରେ ସିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଘନ ଘନ ଚଢ଼ାଉ ବି ଜାରି ରହିଛି । ଯେଉଁଠି କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟନୁଷ୍ଠାନ ହେଉଛି । ତେବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହା ରାଜ୍ୟବାସୀଙ୍କ ଚିନ୍ତାର କାରଣ ପାଲଟିଛି ।

ତେବେ ଆଜି ରାଜ୍ୟରେ ୮୭୯ କରୋନା ଆକାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ କେବଳ ୫୦ ଚିହ୍ନଟ ହୋଇଛନ୍ତି 

  • Tags:

Subscribe

National International State Sports Entertainment