Home >
ନିଜର ବାୟୋପିକରେ ରାଜ କୁମାର ରାଓଙ୍କୁ ଦେଖିବାକୁ ଚାହାଁନ୍ତି ଭୁବନେଶ୍ୱର କୁମାର
Khabar Odisha:Bhuvneswar-wants-Raj-Kumar-Rao-on-his-biopic
ନୂଆଦିଲ୍ଲୀ, ଜୁଲାଇ ୦୩ (ଖବର ଓଡ଼ିଶା):


ଭାରତର  ସ୍ଵିଙ୍ଗ କିଙ୍ଗ ଭୁବନେଶ୍ୱର କୁମାର ନିଜର ସ୍ଵିଙ୍ଗ ବୋଲିଙ୍ଗ ପାଇଁ ବ୍ୟାଟସମାନ ମାନଙ୍କୁ ବହୁ ଅସୁବିଧାରେ ପକାଇଥାନ୍ତି. ତେବେ ବାରମ୍ବାର ଆହତ ସମସ୍ୟା ଯୋଗୁଁ ଉଥାନ ଏବଂ ପତନ ଦେଇ ଗତି କରୁଛି ଏହି ଷ୍ଟାର ବୋଲରଙ୍କ କ୍ରିକେଟ କ୍ୟାରିୟର. 



ମହାମାରୀ କରୋନା ସମୟରେ ଏବେ ଭୁବନେଶ୍ୱର କୁମାର ନିଜ ପରିବାର ଲୋକଙ୍କ ସହ ଘରେ ରହୁଛନ୍ତି. ତେବେ ଏହି ଲକଡାଉନ ତାଙ୍କୁ ଆଗାମୀ ଭବିଷ୍ୟତ କଥା ଚିନ୍ତା କରିବାରେ ସହାୟକ ହୋଇଛି ବୋଲି କହିଛନ୍ତି ଏହି ଉତ୍ତରପ୍ରଦେଶ ସ୍ପିଡ଼ ଷ୍ଟାର. 


ତେବେ ଭବିଷ୍ୟତରେ ଯଦି ତାଙ୍କର ବାୟୋପିକ ନିର୍ମାଣ ହୁଏ ତେବେ ରାଜକୁମାର ରାଓଙ୍କୁ ତାଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ଚାହାଁନ୍ତି ଭୁବନେଶ୍ୱର କୁମାର. ଏହା ସହ ମିରଟରେ ନିଜର ଏକ କ୍ରିକେଟ ଏକାଡେମୀ ଖୋଲିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଭୁବନେଶ୍ୱର. 


ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର କୁମାର ଭାରତ ପକ୍ଷରୁ 21 ଟି ଟେଷ୍ଟ, 114 ଟି ଦିନିକିଆ ଏବଂ 43 ଟି ଟି - ଟ୍ୱେଣ୍ଟି ମ୍ୟାଚ ଖେଳିସାରିଛନ୍ତି.

  • Tags:

Subscribe

National International State Sports Entertainment