Home >
ରାଜଧାନୀରେ କରୋନା ସ୍ଥିତି ଅଣାୟତ, ଆଜି ପୁଣି ୩୬୨ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ
Khabar Odisha:Bhubaneswar-reports-362-new-COVID19-cases-taking-the-total-number-of-cases-to-17295
ଭୁବନେଶ୍ୱର, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ବାହାରିଛନ୍ତି ପଜିଟିଭ । ଭୁବନେଶ୍ୱର ମହାନଗର ନିଗମରୁ ଆଜି ୩୬୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୬ ଜଣ ରୋଗୀ ରହିଥିବା ବେଳେ ୨୮୬ ଜଣ ସ୍ଥାନୀୟ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ୪୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୯୫ରେ ପହଞ୍ଚିଛି ।

  • Tags:

Subscribe

National International State Sports Entertainment