Home >
ଶେଷ ହୋଇଗଲା ବିସ୍ତାରବାଦୀ ଯୁଗ, ଏବେ କେବଳ ବିକାଶର ସମୟ ଆରମ୍ଭ- ପ୍ରଧାନମନ୍ତ୍ରୀ
Khabar Odisha:Age-Of-Expansionism-is-Over--PM
03/07/2020

ନୂଆଦିଲ୍ଲୀ, ଜୁଲାଇ ୩(ଖବର ଓଡ଼ିଶା): ଆଜି ପ୍ରଧାନମନ୍ତ୍ରୀ ଲେହ ଗସ୍ତ କରିଛନ୍ତି । ଭାରତୀୟ ସେନାର ଯବାନମାନଙ୍କ ମନୋବଳ ବଢାଇବା ପାଇଁ ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ।


ତେବେ ସେନାର ଯବାନ ମାନଙ୍କୁ ମନୋବଳ ଦୃଢ କରିବାକୁ ଯାଇ ମୋଦି ସେମାନଙ୍କ ଶତୃକୁ ମୁକାବିଲା କରିବାର ପାରଦର୍ଶିତାକୁ ପ୍ରଶଂସା କରିଛନ୍ତି । ଏଥିସହିତ ଭାରତୀୟ ସେନାର ସାହସିକତା ବିଶ୍ୱ ଆଗରେ ଭାରତର ଶକ୍ତି ମଧ୍ୟ ପ୍ରତିପାଦିତ କରିଛି ବୋଲି ମୋଦି କହିଛନ୍ତି ।


କେବଳ ଏତିକି ନୁହେଁ ଶତୃକୁ ସବୁସମୟରେ ସେନାର ଯବାନମାନେ କଡା ଜବାବ ଦେଇ ଆସିଛନ୍ତି ଯାହା ଆଜି ଭାରତର ସବୁ ଶତ୍ରୁଙ୍କ ମନରେ ଭୟ ମଧ୍ୟ ସୃଷ୍ଟି କରିପାରିଛି ।


ଭାରତ ସବୁ ସମୟରେ ତାର ପଡୋଶୀ ଦେଶ ମାନଙ୍କ ସହିତ ମିତ୍ରତା ରଖି ଆସିଛି । ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ ଭାରତ ସବୁବେଳେ ହିଂସା ଠାରୁ ଦୂରେଇ ରହିଛି । କିନ୍ତୁ ବର୍ତମାନ ଭାରତ ସବୁ କ୍ଷେତ୍ରରେ ପ୍ରସ୍ତୁତ ଶତୃକୁ କଡା ଜବାବ ଦେବାକୁ । ଏବେ ବିସ୍ତାରବାଦୀ ଯୁଗ ଶେଷ ହୋଇଛି ଏବଂ ବର୍ତମାନ କେବଳ ବିକାଶର ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।ଇତିହାସରେ ବିସ୍ତାରବାଦୀଙ୍କ କେବଳ ପରାଜୟ ହିଁ ହୋଇଛି ।


ତେବେ ପୂର୍ବରୁ ମଧ୍ୟ ଗଲୱାନ ସଂଘର୍ଷରେ ସହୀଦ ହୋଇଥିବା ୨୦ଜଣ ଯବାନଙ୍କ ବଳିଦାନ ବ୍ୟାର୍ଥ ଯିବନି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତମାନ ଲେହର ୧୧ହଜାର ଫୁଟ ଉଚ୍ଚ ନିମୁ ଫରୱାଡ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାର ଯବାନ ମାନଙ୍କୁ ଉଦବୋଧନ ଦେଉଛନ୍ତି । 


ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଭାଷଣ ସବୁ ଯବାନଙ୍କ ମନୋବଳ ବଢାଇବ ସହିତ ଶତୃକୁ ମଧ୍ୟ କଡା ସନ୍ଦେଶ ପହଂଚାଉଛି ।

  • Tags:

Subscribe

National International State Sports Entertainment