Home >
ବନ୍ୟାଜଳ ନିଷ୍କାସନ କରାଯିବା ନେଇ ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍
Khabar Odisha:After-the-flood-water-was-drained-the-gate-of-Diamond-Reservoir-was-opened-again
ହୀରାକୁଦ, ଅଗଷ୍ଟ 11(ଖବର ଓଡ଼ିଶା):

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ବନ୍ୟାଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ଗେଟ୍  ଖୋଲିଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବର୍ତ୍ତମାନ ୧୦ଟି ଗେଟ୍ ଖୋଲିଥିବା ନେଇ ମୁଖ୍ୟଯନ୍ତ୍ରୀ କହିଛନ୍ତି । ତେବେ ଡ୍ୟାମ ପକ୍ଷରୁ ସାଇରନ ବଜାଇବ ଗେଟ୍ ଖୋଲିବା ଆରମ୍ଭ ହୋଇଛି ।

ଜଳସ୍ତର ବୃଦ୍ଧି ପାଇ ୬୧୧.୮୩ ଫୁଟରେ ପହଂଚିଲାଣି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୯୬ ହଜାର ୫୭୨ କ୍ୟୁସେକ ଜଳ ପ୍ରବେଶ କରୁଛି ।

ସେଥିରୁ ୫ଟି ସ୍ପିଲୱେ ଦେଇ ୭୬,୦୨୫ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୧୭୭ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ସେହିପରି ଜଳସେଚନ ନିମନ୍ତେ ୪୨୧୩ କ୍ୟୁସେକ ଜଳ ବିଭିନ୍ନ କେନାଲରେ ଛଡ଼ାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁ‌ସେକ ଜଳ ଜଳଭଣ୍ଡାରରୁ ଟାଣୁଛନ୍ତି।

  • Tags:

Subscribe

National International State Sports Entertainment