ଅଭିନେତ୍ରୀ ପ୍ରକୃତି ମିଶ୍ର-ବାବୁସାନ୍-ତୃପ୍ତି ବିବାଦ ମାମଲାରେ ଏବେ ଏକ ନୁଆ ମୋଡ଼ ସାମ୍ନାକୁ ଆସିଛି । ଭୁବନେଶ୍ୱର କୋର୍ଟରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ପ୍ରକୃତି ମିଶ୍ର ।
ଅନ୍ୟପଟେ ଗତକାଲି ହାଇକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ପ୍ରକୃତି । ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା କହିଥିଲେ ଓ କୋର୍ଟ ଉପରେ ପୁର୍ଣ୍ଣ ବିଶ୍ୱାସ ଥିବା କଥା ମଧ୍ୟ କହିଥିଲେ ।
ବାବୁସାନ୍ଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ମାନହାନୀ ମାମଲା ଦାୟର କରିଛନ୍ତି ପ୍ରକୃତି ମିଶ୍ର ।