ରାଜ୍ୟର ପୃଥକ ସ୍ଥାନରୁ ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ ଗଞ୍ଜାମ, ଜାନୁଆରୀ ୧୫(ଖବର ଓଡ଼ିଶା): Share story: ପରିତ୍ୟକ୍ତ ଘରେ ଗଚ୍ଛିତ ଥିବା ୫୦ ଲକ୍ଷ ଟଙ୍କା ମୂଲ୍ୟର ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଶନିବାର ଭୋର ସମୟରେ ର୍ବହ୍ମପୁର ଅବକାରୀ ବିଭାଗ ଚଢାଉ କରି ଏହି ସଫଳତା ପାଇଛି । ଗୁଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ଗଛିତ ଥିବା ଏତେ ମାତ୍ରାରେ ଗଚ୍ଛିତ ଥିବା ପୋଲିସ କହିଛି । ଏଥି ସହିତ ପୋଲିସ ଜଣଙ୍କୁ ଅଟକ ମଧ୍ୟ ରଖିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମୋହନା ଅଡ଼ବା ଅଞ୍ଚଳର ଜିତେନ୍ଦ୍ର ଉଠାଣ ସିଂ। ସେହିଭଳି ଶୁକ୍ରବାର ଦିନ କୋରାପୁଟର ଅବକାରୀ ବିଭାଗ ଏକ ଭାରୀ ଟ୍ରକରେ ଲୋଡ ହୋଇ ରହିଥିବା ଏକ ଟନ୍ ଗଞ୍ଜେଇ ଜବତ କରିଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ କୋରାପୁଟରେ ଅବକାରୀ ବିଭାଗର କର୍ମଚାରୀଙ୍କ ଏକ ଟିମ୍ ସହରର ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ କରିଥିଲେ। ଏହି ସମୟରେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିବା ସମୟରେ ପନିପରିବା ଭାରରେ ଲୁଚି ରହିଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଏକ୍ସାଇଜ୍ ଇନ୍ସପେକ୍ଟର ପ୍ରମୋଦ କୁମାର ବାନୁଆ ସୂଚନା ଦେଇଛନ୍ତି। ଟ୍ରକରେ ୧୦.୨୯ କ୍ୱିଣ୍ଟାଲ ଗଞ୍ଜେଇ ବଜାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ରହିଛି। ପରେ ଚୋରା ଚାଲାଣ ଅଭିଯୋଗରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଟ୍ରକର ପଞ୍ଜୀକରଣ ସଂଖ୍ୟା ମହାରାଷ୍ଟ୍ରର ଅଟେ। ଖବର ଓଡ଼ିଶା, Reporter, 15/01/2022