ଜଗତସିଂହପୁର, ମେ 16(ଖେବର ଓଡିଶା):
ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର । ତେବେ ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତରଣ ବେଳେ ମୃତ ଘୋଷଣା କଲେ ଡ଼ାକ୍ତର ।
ମୃତ ମହିଳା ଜଣଙ୍କ ହେଉଛନ୍ତି ଜଗତସିଂହପୁର ତିର୍ତ୍ତୋଳ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାଡ଼ମେମ୍ବର ସରସ୍ୱତୀ ସେଠୀ । ଆଜି ସକାଳେ ଘରେ ନିଆଁ ଲାଗିଯାଇଥିବା ବେଳେ ସେ ନିଜେ ଏଥିରେ ଜଳିଯାଇଥିଲେ ।
ପରେ ଅଗ୍ନିଶମବାହୀନି ଦ୍ୱାରା ଏହାକୁ ଆୟତ୍ତ କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ।