ନୂଆଦିଲ୍ଲୀ: କେବେ କ୍ରିକେଟ୍ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ ହିଟମ୍ୟାନ ରୋହିତ ଶର୍ମା ଓ କିଙ୍ଗ କୋହଲି । ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ଏହାର ସବୁଠୁ ବଡ କାରଣ ଭାରତର ବାଂଲାଦେଶକୁ ନେଇ ସସପେନ୍ସ ଲାଗି ରହିଛି । ବାଂଲାଦେଶ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ଅମିନୁଲ ଇସଲାମ ଏକ ବଡ ଦାବି କରିଛନ୍ତି ଯେ, ବିସିସିଆଇକୁ ଏ ପର୍ଯ୍ୟନ୍ତ ନିଜ ସରକାରଙ୍କଠୁ ବାଂଲାଦେଶ ଗସ୍ତ ନେଇ ଅନୁମତି ମିଳିନାହିଁ ।
ଏହିପରି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ ଖଣ୍ଡା ଝୁଲିଛି । ବାଂଲାଦେଶ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ଦିନିକିଆ ସିରିଜ୍ ଖେଳିବ । ଏହି ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେ । କାରଣ ଏହି ଦୁଇ ଖେଳାଳି ଟି-୨୦ ଓ ଟେଷ୍ଟରୁ ଅବସର ନେବା ପରେ କେବଳ ଦିନିକିଆ କ୍ରିକେଟ୍ ଖେଳିବେ ।
ଇାଂଲାଦେଶ ଗସ୍ତରେ ଭାରତୀୟ ଦଳ ଅଗଷ୍ଟ ୧୭ରୁ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ । ମାତ୍ର ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ଦେଖିଲେ ଭାରତର ବାଂଲାଦେଶ ଗସ୍ତ ଅସମ୍ଭବ ଲାଗୁଛି । ବିସିସି ଅଧ୍ୟକ୍ଷ ଆଶା ପ୍ରକାଶ କରିଛନ୍ତି ଯେ, ହୋଇପାରେ ଅଗଷ୍ଟରେ ଭାରତ ସହ ସିରିଜର ଆୟୋଜନ ନ କରି ପାରିଲେ ବି ଆଗାମୀ ଦିନରେ ଭାରତ ବାଂଲାଦେଶ ଗସ୍ତ କରିବାର ଆଶା ରହିଛି । କୋହଲି ଓ ରୋହିତ ଶେଷ ଥର ଭାରତ ପାଇଁ ୨୦୨୫ ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଖେଳିଥିଲେ ।
ଇିବିସି ଅଧ୍ୟକ୍ଷ ଅମିନୁଲ ନିଜ ବୋର୍ଡର ୧୯ତମ ବୈଠକ ପରେ ମିଡିଆକୁ କହିଛନ୍ତି ଯେ, ବିସିସିଆଇ ସହ ଆମର ସକରାତ୍ମକ ଆଲୋଚନା ଚାଲିଛି । ଲାଗୁନି ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରି ପାରିବ । ଏହା ଉପରେ ଆମେ ଆଲୋଚନା କରୁଛୁ ଯେ, ସ୍ଥିତି ସୁଧୁରିବା ପରେ ବିସିସିଆଇର ଅନ୍ୟ ସମ୍ଭାବିତ ସମୟରେ ସିରିଜ୍ ଆୟୋଜନ କରିବୁ ।