Home >
ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ ଜଣ କରୋନା ଆକ୍ରାନ୍ତ
Khabar Odisha:62-more-Corona-pateint-cured
ଭୁବନେଶ୍ୱର, ମେ ୨୩ ( ଖବର ଓଡ଼ିଶା):

 ଓଡିଶା ପାଇଁ ପୁଣି ଭଲ ଖବର । ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ । 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିଲେ ମଧ୍ୟଏହାରି ମଧ୍ୟରେ ଭଲ ଖବର ଆସୁଛି । ଆଜି ପୁଣି ୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ତେବେ ସୁସ୍ଥ ହୋଇଥିବା ୬୨ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୧, ବାଲେଶ୍ୱରରୁ ୧୫, ରାଉରକେଲାରୁ ୨ ଏବଂ ଭଦ୍ରକ, ମୟୂରଭଞ୍ଜ, ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଆଜି ନୂଆ ୬୨ ସୁସ୍ଥ ପରେ ଏବେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୯୭ରେ ପହଞ୍ଚିଛି ।

  • Tags:

Subscribe

National International State Sports Entertainment