Home >
ଆଜି ରାଜଧାନୀ ଭୁବନେଶ୍ବରରୁ 6 କରୋନା ପଜିଟିଭ ଚିହ୍ନଟ, ସେଥିରୁ 5 ଲୋକାଲ କେସ ସୂଚନା ଦେଲା BMC
Khabar Odisha:6-Corona-positive-in-Bhubaneswar
ଭୁବନେଶ୍ୱର, ଜୁନ 30 ( ଖବର ଓଡ଼ିଶା):

 ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ ।  ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି 6 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ବିଏମ୍‌ସି।

ଗତ 24 ଘଣ୍ଟାରେ ଭୁବନେଶ୍ଵରରେ ଚିହ୍ନଟ 6 ଆକ୍ରାନ୍ତ ଙ୍କ ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟିନ ରେ ଥିଲେ। ଏହା ସହ 5 ଲୋକାଲ୍ କଣ୍ଟାକ୍ଟ କେସ୍ ଥିବା  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । 

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଜଣେ ହୋମ୍ କ୍ୱାରେଣ୍ଟିନରେ ଥିବା ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା ।ସେ  56 ବର୍ଷୀୟ ବ୍ୟକ୍ତି ରେଲୱେ କର୍ମଚାରୀ। ସେ ଦିଲ୍ଲୀ ଗସ୍ତ କରିଥିଲେ ।  ଲୋକାଲ୍ କଣ୍ଟାକ୍ଟ କେସ୍  ଥିବା 8 ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ସିରିପୁର୍ ଲକ୍ଷ୍ମୀ ବଜାର ବସ୍ତି ଅଞ୍ଚଳର  । ଏହା ସହ ଏହି 5 ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ବିଏମ୍‌ସି ସୂଚନା ଦେଇଛି ।

ସେହିଭଳି 5 ଲୋକାଲ କଣ୍ଟାକ୍ଟ କେସ୍‌ରୁ 3 ପୁରୁଷ ଓ 2ଜଣ ମହିଳା ରହିଛନ୍ତି ।  ଅନ୍ୟ ଜଣେ ବମିଖାଲ୍ ଓ ଜଣେ ଚନ୍ଦ୍ରଶେଖରପୁର୍ ଅଞ୍ଚଳର ।

ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 320  ଥିବା ବେଳେ ସେଥିମଧ୍ୟରୁ 185 ସୁସ୍ଥ ଅଛନ୍ତି । 4 ଜଣଙ୍କର ମୃତ୍ୟୁ ହୋଇଛି। 130 ଜଣ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟ 11 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟ୍ୱିଟ୍‌ କରିଛି ବିଏମ୍‌ସି।

  • Tags:

Subscribe

National International State Sports Entertainment