ଭୁବନେଶ୍ୱର: ରାଜ୍ୟରେ ୪୨୪ ଜଣ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ହାତେଇଛନ୍ତି । ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବିଜେଡ଼ି ବିଧାୟକ ଶୁଭାଶିନୀ ଜେନା ପଚାରିଥିବା ଏକ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ ରାଜ୍ୟରେ ୪୨୪ ଜଣ ଶିକ୍ଷକ ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ହାତେଇଛନ୍ତି । ସମସ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେହିପରି ବାଲେଶ୍ୱରରେ ୨୦ ଜଣ ଶିକ୍ଷକ ଏଭଳି ଜାଲିଆତି କରି ଧରାପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦ୍ୱାର ଦେଖାଇ ଦିଆଯାଇଛି ।