ଝାଡଖଣ୍ଡ: ଶନିବାର ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାରେ ଅଘଟଣ । କୋଇଲା ଖଣିରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଫଶି ରହିଛନ୍ତି । ଶନିବାର ଭୋର ସମୟରେ ଜିଲ୍ଲାରେ କର୍ମା ଅଞ୍ଚଳରେ ଏକ କୋଇଲା ଖଣିର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ଏଭଳି ଅଘଟଣ ଘଟିଛି ।
ସୂଚନା ଅନୁସାରେ, ରାମଗଡ଼ ଜିଲାର କରମା ଅଞ୍ଚଳରେ ବେଆଇନ ଭାବେ କୋଇଲା ଖନନ କାର୍ଯ୍ୟ ଚାଲିଥିଲା। କିଛି ବ୍ୟକ୍ତି ଶ୍ରମିକଙ୍କୁ ଲଗାଇ ବେଆଇନ ଭାବେ କୋଇଲା ଉତ୍ତୋଳନ କରୁଥିଲେ। ଏହି ସମୟରେ ଖଣି ଭିତରେ ହଠାତ କୋଇଲା ଅତଡ଼ା ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ କୋଇଲା ତଳେ ଚାପି ହୋଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେଠାରେ କାର୍ଯ୍ୟରତ ଅନେକ ଶ୍ରମିକ କୋଇଲା ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି। ପୁଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଘଟଣାକୁ ନେଇ ରାମଗଡ଼ ଡେପୁଟି କମିଶନର କହିଛନ୍ତି,ଆମେ ସକାଳେ ଏହି ଦୁର୍ଘଟଣାର ଖବର ପାଇଲୁ।' ଘଟଣାର ତଦନ୍ତ ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆମେ ଘଟଣାସ୍ଥଳକୁ ଏକ ପ୍ରଶାସନିକ ଦଳ ପଠାଇଛୁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଶାସନ ଏପରି ବିପଦପୂର୍ଣ୍ଣ ସ୍ଥାନରେ ବେଆଇନ ଖଣି ଖନନରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛି।