Home >
କରୋନା କଟକଣା କଡ଼ାକଡ଼ି କଲେ ସରକାର: ଜୁଲାଇ ମାସରେ ମଧ୍ୟ ୧୦ଜିଲ୍ଲା ସପ୍ତାହରେ ୨ ଦିନ ସଟଡାଉନ୍, ରାତି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ
Khabar Odisha:2-days-shut-down-in-July-for-Corona-in-Odisha
ଭୁବନେଶ୍ୱର, ଜୁନ30 ( ଖବର ଓଡ଼ିଶା):

 ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଦେଶରେ ଅନଲକ୍ ୨ ଜାରି ହୋଇଥିଲେ ମଧ୍ୟ ରାଜ୍ୟରେ କିଛି କଟକଣା ଜାରି କରିଛନ୍ତି ସରକାର। ରାତ୍ରୀକାଳିନ କର୍ଫ୍ୟୁର ସମୟସୀମାକୁ ରାତି ୯ରୁ ସକାଳ ୫ଟା ଯାଏଁ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ସମସ୍ତ ଯିବା ଆାସିବ ବନ୍ଦ ରହିବ । କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

ଏହାସହ ରାଜ୍ୟର ୧୦ ଜିଲ୍ଲାରେ କରୋନା ସଂକ୍ରମଣ ଅଧିକ ଥିବାରୁ ପ୍ରତି ସପ୍ତାହରେ ୨ ଦିନ ସଟଡାଉନ୍ । ପୂର୍ବପରି ଶନିବାର ଓ ରବିବାର ସଟଡାଉନ୍ ଜାରି ରହିବ । ଗଞ୍ଜାମ,ଖୋର୍ଦ୍ଧା ଗଜପତି, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, ଝାରସୁଗୁଡା ଓ କେନ୍ଦୁଝରରେ ପ୍ରତି ଶନିବାର ରବିବାର ସଟଡାଉନ୍ ।ମୌସୁମୀ ସକ୍ରିୟ ଥିବାରୁ ଜୁଲାଇ ମାସରେ କରୋନା ସଂକ୍ରମଣ ଅଧିକ ହୋଇପାରେ ।

ଜୁଲାଇ ୩୧ ଯାଏ ଧାର୍ମୀକ ଅନୁଷ୍ଠାନ ବନ୍ଦ୍। ଅନ୍ତର୍ଜାତୀୟ ବିମାନ ସେବା, ରାଜ୍ୟକୁ ରେଳ କମ୍ ହେବ,  ସିନେମା ହଲ୍, ଥିଏଟର , ଜିମ୍ ବନ୍ଦ ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ ରହିବ।

ରେଷ୍ଟୁରାଣ୍ଟ ଖୋଲା ରହିବ। କିନ୍ତୁ କେବଳ ଖାଦ୍ୟ ପାର୍ସଲ ନିଆଯାଇ ପାରିବ। ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ। ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯିବ ।

ମାସ୍କ ନପିନ୍ଧିଲେ ପୂର୍ବଭଳି ଜୋରିମାନା ଆଦାୟ ହେବ ।ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ। 

ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସରକାର ଅନଲକ୍‌ ୨ ଘୋଷଣା କରିଥିଲେ। ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶରେ ଅନଲକ୍‌-୨ ଜାରି ରହିବ। ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡ୍‌ ଲାଇନ୍ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ରେ କଟକଣା ପୂର୍ବବତ୍ତ ଜାରି ରହିବ।

  • Tags:

Subscribe

National International State Sports Entertainment