ଧରାପୃଷ୍ଠରେ ଅବତାରଣା କରି ପୂଜା ପାଉଛନ୍ତି ମା ଦୁର୍ଗା । ମା ପାଇଁ ସାଜସଜା ମଧ୍ୟ ବେଶ୍ ଚମତ୍କାର ହୋଇଛି । ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ନିଆରା ତୋରଣ ପ୍ରସ୍ତୁତ ହୋଇଛି । ତେବେ ଏହି ସାଜସଜା ମଧ୍ୟରେ ମନ ମୋହୁଛି ଗୁପଚୁପ ପେଣ୍ଡାଲ। ଗୁପଚୁପରେ ବି ପେଣ୍ଡାଲ ହୁଏ ଏଭଳି ଏକ ଆଶ୍ଚର୍ଯ୍ୟ କଥା ଆପଣଙ୍କ ମନକୁ ଆସୁଥିବା କିନ୍ତୁ କଥାଟି ସତ । ପ୍ରାୟ ୧ ଲକ୍ଷ ଗୁପଚୁପ୍ ବ୍ୟବହାର କରାଯାଇ ତିଆରି ହୋଇଛି ଏହି ପୂଜା ମଣ୍ଡପ । ଏହି ପେଣ୍ଡାଲଟି ବେହାଲା ନୂତନ ଦଳ କ୍ଲବ ଦ୍ୱାରା ପ୍ରସ୍ତୁତ କରାଯାଇଛି। ପେଣ୍ଡାଲଟିର ନିଆରା ଥିମ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ତେବେ ପଶ୍ଚିମ ବଙ୍ଗର ବିଭିନ୍ନ ସ୍ଥାନରେ ସୁନ୍ଦର ସୁନ୍ଦର ଦୁର୍ଗା ମଣ୍ଡପ ତିଆରି ହୋଇଛି । ସେଥିମଧ୍ୟରୁ କୋଲକାତାର ପ୍ରସିଦ୍ଧ ଗୁପଚୁପ ଦ୍ୱାରା ଡେକୋରେଟ୍ ହୋଇଥିବା ପେଣ୍ଡାଲ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରୁଛି। ପେଣ୍ଡାଲଟିର ଚର୍ତୁପାର୍ଶ୍ୱରେ ଗୁପଚୁପ ସହ ଖଟା ପାଣି ରଖାଯାଇ ସଜା ଯାଇଛି। ଖାଲି ସେତିକି ନୂହେଁ ବେଳଣା ପଟା ଆଉ କାଠି ମଧ୍ୟରଖାଯାଇଛି । ମା ଦୂର୍ଗା ଏକ ବଡ ଗୁପଚୁପ ମଧ୍ୟରେ ପୂଜା ପାଉଛନ୍ତି । ଏହାସହ ମାଙ୍କ ପ୍ରତିମା କୁ ଦିଆଯାଇଛି ଏକ ସାଧାରଣ ମହିଳା ଙ୍କ ରୂପ । ଏ ନିଆରା ପ୍ରୟାସ ଆଉ ଏ ନିଆରା ଥିମ ସତରେ ଯେପରି ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରୁଛି ।
ଅଧିକ ପଢନ୍ତୁ :ଦୁର୍ଗା ପୂଜା ପେଣ୍ଡାଲରେ ପୋଷା ଜୀବ