ଭାରତୀୟ ସେନାରେ ନିଯୁକ୍ତି ପାଇଁ ହେବାକୁ ଥିବା ସମସ୍ତ ସାଧାରଣ ପ୍ରବେଶିକା ପରୀକ୍ଷା, ରାଲି ସ୍ଥଗିତ
Khabar Odisha:Indian-Army-today-postponed-its-recruitment-drive-looking-the-current-covid-19-situation

ନୁଆଦିଲ୍ଲୀ,୨୦ଏପ୍ରିଲ(ଖବର ଓଡିଶା); ଭାରତୀୟ ସେନାରେ ଭର୍ତି ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟାକୁ ଆଜି ବାତିଲ କରିଛି ଭାରତୀୟ ସେନା । ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବଢୁଥିବା ସମୟରେ ସମଗ୍ର ଦେଶରେ ସିବିଏସସି ଦଶମ ପରିକ୍ଷାଠୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ବୋର୍ଡ ପରିକ୍ଷା ଏବଂ ଅନ୍ୟ ସମସ୍ତ ପ୍ରକାର ପରିକ୍ଷା ଗୁଡିକୁ ପ୍ରାୟ ବନ୍ଦ କରିଦିଆ ଗଲାଣି । ଆଜି ଏହି ପ୍ରକ୍ରିୟାରେ ଭାରତୀୟ ସେନା ମଧ୍ୟ ସାମିଲ ହୋଇଛି । 


ଭାରତୀୟ ସେନାରେ ପ୍ରବେଶ ପାଇଁ ଦେଶର ଉତ୍ତର-ପୁର୍ବ ଏବଂ ପୂର୍ବବର୍ତ୍ତୀ ରାଜ୍ୟ ଗୁଡିକରେ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆ ଯାଇଛି । ଭାରତୀୟ ସେନା ନିଯୁକ୍ତିର ଏକ ଅଂଶ ଭାବରେ ସାଧାରଣ ପ୍ରବେଶିକା ପରୀକ୍ଷା ଏପ୍ରିଲ ୨୫ ରେ ଶିଲୋଙ୍ଗ, ଜୋରହାଟ, ନାରଙ୍ଗି ଏବଂ ରଙ୍ଗପାହାରରେ ଅନୁଷ୍ଠିତ ହେବାର ଥିଲା। ଏକ ବିବୃତ୍ତିରେ ଭାରତୀୟ ସେନା କହିଛି ଯେ ଆସାମ, ଓଡିଶା, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ, ସିକ୍କିମ ଏବଂ ପଶ୍ଚିମବଙ୍ଗର ପ୍ରାର୍ଥୀ ପ୍ରଭାବିତ ହେବେ ।

  • Tags:

Subscribe

National International State Sports Entertainment