ଥଣ୍ଡା ପାଣି ପିଇବା ଜୀବନ ପ୍ରତି ବିପଦ !
Khabar Odisha:Cold-Water-Can-Be-Dangerous-for-you
ଭୁବନେଶ୍ୱର, ଏପ୍ରିଲ ୧୪ (ଖବର ଓଡିଶା)

ସୂର୍ଯ୍ୟଦେବଙ୍କର ଅଗ୍ନି ତାଣ୍ଡବ ଯୋଗୁଁ ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ। ସକାଳ ୯ଟା ବାଜିଲେ ବାହାରକୁ ବାହାରିବାକୁ ଭୟ ଲାଗୁଛି। ତେବେ ଜରୁରୀସ୍ଥଳେ ଲୋକେ ବାହାରକୁ ଗଲେ ଜୀବନ ବିକଳରେ ଘରମୁହାଁ ହେଉଛନ୍ତି। ଏମିତିରେ ଘରକୁ ଫେରି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାକୁ ମନ ବଳାଇବା ସାଧାରଣ କଥା ଓ ଏହା ସଙ୍ଗେ ସଙ୍ଗେ ଆପଣଙ୍କୁ ଆରାମ ଦେଇପାରେ କିନ୍ତୁ ଏହାର ସାଇଡ ଇଫେକ୍ଟ ଖୁବ୍‌ ଅଧିକ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଥଣ୍ଡା ପାଣି ପିଇବାକୁ ଯଥାସମ୍ଭବ ଏଡ଼ାଇବା ଉଚିତ ବୋଲି ପରାମର୍ଶ ଦିଆଯାଇଛି। 

ତେବେ ଏଭଳି ସ୍ଥିତିରେ ସାଧାରଣତଃ ଲୋକଙ୍କ ମନରେ ପ୍ରଶ୍ନ ଆସିବାଟା ସ୍ୱାଭାବିକ ଯେ ଥଣ୍ଡା ପାଣି ପିଇଲେ କ'ଣ କ୍ଷତି ହୋଇଥାଏ ?

ତେଣୁ ସୂଚନା ଥାଉକି, ସବୁବେଳେ ଥଣ୍ଡା ପାଣି ପିଉଥିଲେ ଏହାଦ୍ୱାରା ହୃଦସ୍ପନ୍ଦନର ବେଗ ଗମ୍ଭୀର ଭାବେ ପ୍ରଭାବିତ ହୋଇଥାଏ। ଥଣ୍ଡା ପାଣି ଆମ ଶରୀରର ସ୍ନାୟୁ ପ୍ରଣାଳୀର ସନ୍ତୁଳନକୁ ବିଗାଡ଼ି ଦେଇଥାଏ । ଯେଉଁଥିପାଇଁ ଆମର ହୃଦସ୍ପନ୍ଦନର ଗତି ମନ୍ଥର ହୋଇଯାଇଥାଏ। ଫଳରେ ଛାତିରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଦେଇଥାଏ ଓ ମେଦବହୁଳତା ବଢ଼ିବାର ଏକ ପ୍ରମୁଖ କାରଣ ନିୟମିତ ଭାବେ ଥଣ୍ଡା ପାଣି ପିଇବାକୁ ନେଇ ସୂଚନା ମିଳିଛି । ମୁଖ୍ୟତଃ ଅନିୟମିତ ଜୀବନଶୈଳୀ ପାଇଁ ଆଜିର ଯୁବପୀଢ଼ି ମୋଟାପଣର ଶିକାର ହେଉଛନ୍ତି। ଏହାବାଦ ଖାଇବା ପରେ ପରେ ତୁରନ୍ତ ଥଣ୍ଡା ପାଣି ପିଇ ଦେଲେ, ମୋଟାପଣ ବଢ଼ିବାର ସମ୍ଭାବନା ବହୁଗୁଣ ବଢ଼ି ଯାଇଥାଏ। ତେଣୁ ଡାଏଟିସିଆନ ଖାଇବା ପରେ ତୁରନ୍ତ ପାଣି ପିଇବାକୁ ବାରଣ କରିଥାନ୍ତି । ଖାଲି ସେତିକି ନୁହେଁ ବରଂ ସବୁବେଳେ ଥଣ୍ଡା ପାଣି ପିଇବା ଥଣ୍ଡା, ଜ୍ୱର ଏବଂ କାଶର କାରଣ ହୋଇପାରେ। କାରଣ ସବୁବେଳେ ଥଣ୍ଡା ପାଣି ପିଇବା ଦ୍ୱାରା ଲୋକମାନେ ଥଣ୍ଡା ଏବଂ କାଶ ଦ୍ୱାରା ସଂକ୍ରମିତ ହୋଇ ପାରନ୍ତି। ସେଥିପାଇଁ ଖାଇବା ପରେ ଥଣ୍ଡା ପାଣି ବଦଳରେ ନର୍ମାଲ ପାଣି ପିଇବା ଉଚିତ । ସବୁବେଳେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରରେ ସଂକ୍ରମଣ ଆଶଙ୍କା ବଢ଼ି ଯାଇଥାଏ ଓ ଅତ୍ୟଧିକ ଥଣ୍ଡା ପାଣି କିମ୍ବା ମୃଦୁ ପାନୀୟ ପିଇବା ରକ୍ତ କୋଷକୁ ପ୍ରଭାବିତ କରିଥାଏ, ଯାହା ସିଧାସଳଖ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ତେଣୁ ନିୟମିତ ଥଣ୍ଡା ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଦୁର୍ବଳ ହୋଇଯାଏ । ଏମିତି ଅନେକ ହାନି କାରକ କାରଣ ପାଇଁ ଥଣ୍ଡା ପାଣିରୁ ଦୂରେଇ ରହିବା ଉଚିତ ବୋଲି ପରାମର୍ଶ ଦାତାମାନେ ମତବ୍ୟକ୍ତ କରିଛନ୍ତି, କିନ୍ତୁ ଖରାଦିନ କାରଣରୁ ଯଦି କେହି ନିହାତି ଭାବରେ ଥଣ୍ଡା ପାଣି ପିଇବା ପାଇଁ ଇଚ୍ଛା କରନ୍ତି, ତେବେ ଫ୍ରିଜ ପାଣି ପିଇବା ବଦଳରେ ସୁରା ପାଣି ବା ମାଠିଆ କିମ୍ବା କଳସୀରେ ପାଣି ରଖି ପିଇ ପାରିବେ । 

Subscribe

National International State Sports Entertainment