ଶ୍ରୀନଗର, ଅଗଷ୍ଟ ୧୩ (ଖବର ଓଡ଼ିଶା):
ଜାମ୍ମୁ ଓ କାଶ୍ମୀରରେ ଏବେ ସ୍ଥିତି ଟିକେ ସଙ୍ଗୀନ ରହିଛି । କିନ୍ତୁ ଏହାରି ମଧ୍ୟରେ ଦୁଇ ମହିଳା ଅଧିକାରୀ ଲୋକଙ୍କ ସାହା ଭରସା ପାଲଟିଛନ୍ତି । ୨୦୧୩ ଆଇଏଏସ୍ ଅଫିସର ଡକ୍ଟର ସୈୟଦ ସହରୀସ ଅସଗର ଏବେ ଲୋକଙ୍କୁ ହଜାର କିଲୋମିଟର୍ ଦୂରରେ ଥିବା ତାଙ୍କ ପ୍ରିୟଜନ ସହିତ କଥାବାର୍ତ୍ତା କରାଇ ଦେବାର ମାଧ୍ୟମ ପାଲଟିଛନ୍ତି । ସେହିପରି ୨୦୧୬ ବ୍ୟାଚ୍ର ଆଇପିଏସ୍ ପିଡି ନିତ୍ୟା ଶ୍ରୀନଗରର ରାମ ମୁନ୍ସୀ ବାଗ ଓ ଦାଗଜୀ ମଧ୍ୟରେ ନିୟୋଜିତ ହୋଇଛନ୍ତି । ଯେଉଁଠି ଖାଲି ଭିଆଇପି ଲୋକ ହିଁ ରହିଥାଆନ୍ତି ।
ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଅଲଗା ହେବା ପରେ ବହୁ ମହିଳା ଅଧିକାରୀଙ୍କୁ ଲଦାଖକୁ ପଠାଇ ଦିଆଯାଇଛି । ଘାଟିରେ କୌଣସି ମହିଳା ଅଧିକାରୀଙ୍କୁ ନିଯୁକ୍ତି କରାଯାଇ ନାହିଁ । କିନ୍ତୁ ଏହି ଦୁଇ ମହିଳା ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କୁ ଘାଟିର ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କରାଯାଇଛି । ଆଇଏଏସ୍ ଅଫିସର ଡକ୍ଟର ସୈୟଦ ସହରୀନ ଅସଗରଙ୍କୁ ସରକାରଙ୍କ ସୂଚନା ନିର୍ଦ୍ଦେଶକ ଭାବରେ ନିୟୋଜିତ କରାଯାଇଛି । ସେ ସରକାରଙ୍କ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ତାଙ୍କର କାମ । କିନ୍ତୁ ଘାଟିରେ ଧାରା ୩୭୦ ଉଚ୍ଛେଦ ପରେ କିଛିଟା ପ୍ରତିବନ୍ଧକ ଲଗାଯାଇଛି । ତେଣୁ ଏହି ଅଫିସର ଜଣକ ଲୋକଙ୍କୁ ତାଙ୍କ ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା କରାଇ ଦେବା ସହିତ ଅତ୍ୟାବଶକ ସାମଗ୍ରୀ ମଧ୍ୟ ଆଣି ଘର ପାଖରେ ପହଁଚାଇ ଦେଉଛନ୍ତି । ଅସଗର ଏକ ବର୍ଷର ଗୋଟିଏ ଶିଶୁ ପୁତ୍ର ମଧ୍ୟ ଅଛି । ତାକୁ ସେ ଘରେ ଛାଡ଼ି ଲୋକଙ୍କ ସାହା ଭରସା ପାଲଟିଛନ୍ତି । ଅସଗର ଏବିବିଏସ୍ରେୋ ଡିଗ୍ରୀ ହାସଲ କରି ପ୍ରାକ୍ଟିସ୍ ମଧ୍ୟ କରିଛନ୍ତି । କିନ୍ତୁ ଏହା ପରେ ସେ ଆଇଏଏସ୍ ପରୀକ୍ଷା ଦେଇଥିଲେ । ତାଙ୍କ ସ୍ୱାମୀ ପୁଲୱାମା ଭଳି ସମ୍ବେଦନଶୀଳ ସ୍ଥାନରେ କମିଶନର ଅଛନ୍ତି । ଜାତୀୟ ଗଣମଧ୍ୟମ ଟାଇମସ୍ ଅଫ୍ ଇଣ୍ଡିଆ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତ ଯେ ସମାଜରେ ମହିଳାଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆସିଲେ ସେ ଖୁସି ହେବେ ।
ସେହିପରି ଆଇପିଏସ୍ ପିଡି ନିତ୍ୟାଙ୍କ ପରୀକ୍ଷା ଆହୁରି କଠିନ ହୋଇଯାଇଛି । ପ୍ରତି ମୂହୂର୍ତ୍ତରେ ତାଙ୍କୁ ବିପଦର ସାମ୍ନା କରିବାକୁ ପଡ଼ୁଛି । ସେ ପୂର୍ବରୁ ଏକ ସିମେଣ୍ଟ କମ୍ପାନୀରେ ପ୍ରବନ୍ଧକଭାବେ କାମ କରୁଥିଲେ । ଏହା ପରେ ଚାକିରି ଛାଡ଼ି ଆପିଏସ୍ ପାଇଁ ପ୍ରସ୍ତୁତି କରିଥିରେ ଯେଉଁଥିରେ ତାଙ୍କୁ ସଫଳତା ମିଳିଥିଲା । ସେ କହିଛନ୍ତି ଯେ ନାଗରିକଙ୍କ ସୁରକ୍ଷା ସହିତ ଭିଭିଆଇପିଙ୍କ ସୁରକ୍ଷା ମଧ୍ୟ ତାଙ୍କୁ ଦେଖିବାକୁ ପଡ଼ୁଛି । ଏମିତିକି ଅନେକ ଥର ତାଙ୍କୁ ଲୋକଙ୍କ କ୍ରୋଧର ଶୀକାର ହେବାକୁ ପଡ଼ିଛି । ଛତିଶଗଡ଼ଠାରୁ ଏଠାକାର ଜୀବନଶୈଳୀ ବହୁତ ଭିନ୍ନ ବୋଲି କହିଛନ୍ତି । ସେ ହିନ୍ଦୀ, ଇଂରାଜୀ ଓ କାଶ୍ମୀରୀ ସହିତ ତେଲୁଗୁ ଭାଷା ବହୁତ ଭଲ ଭାବରେ କହି ପାରନ୍ତି ।