ଭୁବନେଶ୍ୱର: ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ୍ ଜୋକର୍ ହାପିକୁ ଧଉଳି ପୋଲିସ ଗିରଫ କରିଛି । ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ।
ଧଉଳି ଗଣ ଦୁଷ୍କର୍ମ ମାମଲାରୁ ରେଡ୍ ଫ୍ଲାର୍ଗ କ୍ୟାଟାଗୋରିରେ ଅନ୍ତର୍ଭୁକ୍ତ କରାଯାଇଛି । ଗଠିତ ସ୍ପେଶାଲ୍ ସ୍କ୍ୱାର୍ଡ ଏବଂ ଧଉଳି ପୋଲିସର ଏକ ଟିମ୍ ହିମାଂଶୁ ସ୍ୱାଇଁଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ପେଶାଦାର ଅପରାଧୀ ହାପିକୁ ଗିରଫ କରାଯାଇଛି । ତା ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ସେ ପୂର୍ବରୁ ଜେଲ୍ ଯାଇଥିବାବେଳେ ଜାମିନରେ ମଧ୍ୟ ମୁକୁଳିଛି । ଏହି ମାମଲାରେ ପୂର୍ବରୁ ଦୁଇ ଜଣକୁ ଗିରଫ କରାଯାଇଛି । ମୋଟ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆହୁରି ଜଣେ ଅଭିଯୁକ୍ତ ଏବେବି ଫେରାର ଅଛି ।
ଗତ ୧୧ ତାରିଖରେ ନାବାଳିକା ନିଜ ପୁରୁଷ ବନ୍ଧୁଙ୍କ ସହିତ ସହିତ ଧଉଳି ବୁଲିବାକୁ ଯାଇଥିବାବେଳେ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି । ଧଉଳିରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ପୁରୁଷବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ସମ୍ପର୍କୀୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ। ଏହା ପରେ ଉଭୟଙ୍କଠାରୁ ସୁନା ଚେନ୍ ଓ ରୁପା ଚେନ୍ ଛଡ଼ାଇ ନେଇଥିଲେ । ଏହା ସହିତ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ଧଉଳି ଥାନା ପୋଲିସ ବାଙ୍କିର ବିଭୁ ପ୍ରସାଦ ମିଶ୍ର ଏବଂ କଟକ ଓଲଟପୁରର କାଳିନ୍ଦୀ ପାତ୍ର ଗିରଫ କରିଛି ।