ନୂଆଦିଲ୍ଲୀ: ବିଶ୍ୱ ବିଜୟୀ ଭାରତୀୟ ମହିଳା କ୍ରିକେଟ୍ ଦଳ ଗୁରୁବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭବନରେ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ସମସ୍ତ ଖେଳାଳି, କୋଚ୍ ଏବଂ ଟିମ୍ ସଦସ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।
ରାଷ୍ଟ୍ରପତି ସମସ୍ତ ଖେଳାଳିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ କହିଛନ୍ତି, ମହିଳା ଦଳ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଆଗାମୀ ଯୁବପୀଢ଼ି ପାଇଁ ଏକ ଆଦର୍ଶ ହୋଇପାରିବେ । ଏହି ଦଳ ଭାରତକୁ ପ୍ରତିନିଧିତ୍ୱ କରିଛି । ସେମାନେ ଭିନ୍ନ ଭିନ୍ନ ଅଞ୍ଚଳ, ଭିନ୍ନ ସାମାଜିକ ପୃଷ୍ଠଭୂମି, ଭିନ୍ନ ପରିସ୍ଥିତିର ପ୍ରତିନିଧିତ୍ୱ କରନ୍ତି କିନ୍ତୁ ସେମାନେ ଗୋଟିଏ ଦଳ – ଭାରତ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ । କ୍ୟାପଟେନ୍ ହରମନପ୍ରୀତ ରାଷ୍ଟ୍ରପତି ବିଶ୍ୱ କପ୍ ପ୍ରଦାନ କରିବା ସହିତ ସମସ୍ତ ଖେଳାଳିଙ୍କ ଦସ୍ତଖତ ଥିବା ସମସ୍ତ ଏକ ସ୍ୱତନ୍ତ୍ର ଜର୍ସି ମଧ୍ୟ ପ୍ରଦାନ କରିଥିଲେ । ଏହି ସହିତ ସମସ୍ତ ଖେଳାଳି ରାଷ୍ଟ୍ରପତିଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ ।
ଏହା ପୂର୍ବରୁ ମହିଳା କ୍ରିକେଟ୍ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିଛନ୍ତି । ମୋଦୀଙ୍କ ସହିତ ବିଶେଷ ମୁହୁର୍ତ୍ତ ବିତାଇବା ସହିତ ବାର୍ତ୍ତାଳାପ କରିଥିଲେ ।