କୁଣ୍ଢେଇଗୋଳା ପୋଲିସକୁ ମିଳିଛି ବଡ଼ ସଫଳତା । ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି କୁଣ୍ଢେଇଗୋଳା ପୋଲିସ। ଜୁନ ୧୩ ଗୁରୁବାର ଭୋର ସମୟରେ ୫୩ ନମ୍ବର ଓ ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବୁଢାପାଳ ଷ୍ଟେଟ ବ୍ୟାଙ୍କ ସାମ୍ନାରୁ ଡକାୟତି ହୋଇଥିଲା । ଘଟଣାର ୭ ଦିନ ବିତି ଯାଇଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କୁଣ୍ଢେଇଗୋଳା ପୋଲିସ । ଲୁଟେରା ମାନଙ୍କଠାରୁ ଗୋଟିଏ ବାଇକ୍, ୬ ଟି ମୋବାଇଲ, ନଗଦ ପନ୍ଦର ହଜାର ଟଙ୍କା , ମାରଣାସ୍ତ୍ର ଜବତ ହୋଇଛି।
ତେବେ ସୂଚନା ଅନୁଯାୟୀ ପାରାଦୀପରୁ ଏକ ବିଶାଳ ଯନ୍ତ୍ରାଂଶ ଲୋଡ କରି ଏଚଏସ୍ କ୍ୟାରିଅର୍ସ କମ୍ପାନୀର ଏକ ଟ୍ରଲର ଅନୁଗୋଳ ଜିନ୍ଦଲ କମ୍ପାନୀ ଅଭିମୁଖେ ଯାଉଥିଲା। ପାଖ ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ହେଉଥିବା ଭିଡ଼କୁ ନେଇ ଟ୍ରଲରକୁ ବୁଢ଼ାପାଲଠାରେ ଛିଡ଼ା କରିଥିବା ସମୟରେ ରାତ୍ରି ପ୍ରାୟ ୩ ଟା ବେଳେ ଏକ କାର ଯୋଗେ ୭ ଦୁବୃର୍ତ୍ତ ଆସି ଡ୍ରାଇଭରକୁ ମାଡ଼ ମାରିବା ସହ ପଇସା ମାଗିଥିଲେ। ଡ୍ରାଇଭର ମନା କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଭୟଭୀତ କରି ୨୫ ହଜାର ଟଙ୍କା ସହ ମୋବାଇଲ ଫୋନ ଲୁଟି ନେଇଥିଲେ ।
ଅଧିକ ପଢନ୍ତୁ : ଧାନ ଚାଷ ପାଇଁ ଚାଷୀଙ୍କ ପରାମର୍ଶ ଶିବିର