କଟକ: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏସପି ଗଣମାଧ୍ୟମ ସମ୍ମୁଖରେ ଦେଇଥିବା ବୟାନ ପାଇଁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁର ଏସପି ପୀତବାସଙ୍କ ହତ୍ୟା ମାମଲାରେ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖୁଥିବାବେଳେ ବିଧାୟକ କେ.ଅନିଲ କୁମାରଙ୍କ ବିରୋଧରେ ଥିବା ନିର୍ବାଚନୀ ମାମଲା ହତ୍ୟାର ମୁଖ୍ୟ କାରଣ ବୋଲି କହିଥିଲେ । ଏହି ମାମଲା ବିଚାରଧୀନ ଥିବାବେଳେ ଏସପି ଏଭଳି ବୟାନ ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏସପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଆସିଥିଲା ରୁଜୁ ହୋଇଥିଲା । ଆସନ୍ତା ୧୧ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ବ୍ୟକ୍ତିଗତଭାବେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୦ ତାରିଖ ସୁଦ୍ଧା ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଏହା ପରେ ଏସପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ନିଷ୍ପତ୍ତି ହେବ ।
ବ୍ରହ୍ମପୁର ବିଜେପି ବିଧାୟକ କେ.ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସପିଙ୍କୁ ନୋଟିସ କରାଯାଇଥିଲା । ଏସପିଙ୍କ ବୟାନ କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରାଯିବ ନାହିଁ ତାହାର ସ୍ପଷ୍ଟୀକରଣ ହାଇକୋର୍ଟ ମାଗିଥିଲେ । ୭ ତାରିଖ ସୁଦ୍ଧା ଲିଖିତ ଜବାବ ଦେବାକୁ ନିର୍ଦେଶ ଦିଆଯାଇଥିଲା ।